ସମ୍ବଲପୁର: ୧୦ ଦଫା ଦାବି ନେଇ ପଶ୍ଚିମ ଓଡ଼ିଶାର କଳାକାରଙ୍କ ଧାରଣା

ସମ୍ବଲପୁର: ୧୦ ଦଫା ଦାବି ନେଇ ଆଜି ସମ୍ୱଲପୁରରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ହଜାର ହଜାର କଳାକାର ଧାରଣା ଦେଇଛନ୍ତି। ପାରମ୍ପାରିକ ବାଦ୍ୟଯନ୍ତ୍ର ସହ ନାଚଗୀତ କରି କଳାକାରମାନେ ସମ୍ୱଲପୁରରେ ଏକ ରାଲି କରି ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଧାରଣା ଦେଇଥିଲେ। କଳାକାର ଚିହ୍ନଟ ଓ ପରିଚୟପତ୍ର ପ୍ରଦାନ, ଯୋଗ୍ୟ କଳାକାରଙ୍କୁ ଭତ୍ତା, ପ୍ରଦାନ କରାଯାଉଥିବା ୩ହଜାର ଟଙ୍କାକୁ ବୃଦ୍ଧି, କଳାକାରଙ୍କ ଦେହାନ୍ତ ପରେ ଅନ୍ତେଷ୍ଟି କ୍ରିୟା ପାଇଁ ୧୦ […]

smb

smb

Rakesh Mallick
  • Published: Wednesday, 09 December 2015
  • Updated: 09 December 2015, 02:19 PM IST

Sports

Latest News

ସମ୍ବଲପୁର: ୧୦ ଦଫା ଦାବି ନେଇ ଆଜି ସମ୍ୱଲପୁରରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ହଜାର ହଜାର କଳାକାର ଧାରଣା ଦେଇଛନ୍ତି। ପାରମ୍ପାରିକ ବାଦ୍ୟଯନ୍ତ୍ର ସହ ନାଚଗୀତ କରି କଳାକାରମାନେ ସମ୍ୱଲପୁରରେ ଏକ ରାଲି କରି ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଧାରଣା ଦେଇଥିଲେ। କଳାକାର ଚିହ୍ନଟ ଓ ପରିଚୟପତ୍ର ପ୍ରଦାନ, ଯୋଗ୍ୟ କଳାକାରଙ୍କୁ ଭତ୍ତା, ପ୍ରଦାନ କରାଯାଉଥିବା ୩ହଜାର ଟଙ୍କାକୁ ବୃଦ୍ଧି, କଳାକାରଙ୍କ ଦେହାନ୍ତ ପରେ ଅନ୍ତେଷ୍ଟି କ୍ରିୟା ପାଇଁ ୧୦ ହଜାର ଟଙ୍କା, ସାଂସ୍କୃତିକ ଅନୁଷ୍ଠାନଗୁଡିକୁ ବାର୍ଷିକ ଅନୁଦାନ ଦିଆଯିବାକୁ ଦାବି କରାଯାଇଛି। ଆନ୍ଦୋଳନକାରୀମାନେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ। ଆନ୍ଦୋଳନରେ ପାଲା, କୀର୍ତ୍ତନ, ସମ୍ପ୍ରଦା, ଶିବଗୁରୁ, କୃଷ୍ଣଗୁରୁ, ଦାସକାଠିଆ, ଘୁଡୁକା ନାଚ, ଦଣ୍ଡ ନାଚ, ଗୁଁ ଗୁଁ ନାଦିଆ ଓ ବାଣୀ ଭୁତଲ୍ ଲୋକକଳାର କଳାକାରମାନେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos