ସମ୍ୱଲପୁର ପିଲା ଚୋରଙ୍କ ପତ୍ତା ପାଉନି ପୋଲିସ

ସମ୍ୱଲପୁର: ସମ୍ୱଲପୁର ସଦର ଡାକ୍ତରଖାନାରୁ ପିଲା ଚୋରିକୁ ୨୬ ଦିନ ବିତିଲାଣି। ହେଲେ ପୋଲିସ ଆଜି ପର୍ଯ୍ୟନ୍ତ ପିଲାକୁ ଉଦ୍ଧାର କରିପାରି ନାହିଁ। ସିସିଟିଭି ଫୁଟେଜକୁ ଆଧାର କରି ଜିଲ୍ଲା ପୋଲିସର ୬ ଜଣିଆ ଟିମ୍‌ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚି ପାରୁନାହିଁ। ଏପରିକି ପୋଲିସ ଅନ୍ୟ ଜିଲ୍ଲାକୁ ଯାଇ ତଦନ୍ତ ଆରମ୍ଭ କରିଛି। ମାତ୍ର ପୋଲିସ ହାତ ଖାଲି।

ଗତମାସ ହସ୍ପିଟାଲରୁ ଯୁଯୁମୁରା ଆମଲିପାଣି ଗାଁର ଗୀତାଞ୍ଜଳିଙ୍କ ନବଜାତ ଶିଶୁପୁତ୍ର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷ ୨ ଜଣ ସୁରକ୍ଷା କର୍ମୀଙ୍କୁ ବହିଷ୍କାର କରିଥିଲେ।