ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଶାସନିକ ଭବନରେ ତାଲା ପକାଇଲେ ଲଜପତରାୟ ଇଣ୍ଟିଗ୍ରେଟେଡ ବିବିଏ, ଏଲଏଲବି ଛାତ୍ରଛାତ୍ରୀ

ସମ୍ବଲପୁର: ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା ନେଇ ଲଜପତରାୟ ଇଣ୍ଟିଗ୍ରେଟେଡ ବିବିଏ, ଏଲଏଲବି ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି। ଏ ନେଇ ଆଜି ଛାତ୍ରଛାତ୍ରୀମାନେ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ପ୍ରଶାସନିକ ଭବନ ଫ।ଟକରେ ତାଲା ପକାଇ ଦେଇଥିଲେ। ସମସ୍ୟାର ସମାଧାନ ଲାଗି କୁଳପତି ପ୍ରତିଶ୍ରୁତି ଦେବା ପରେ ଧାରଣା ସ୍ଥଗିତ ରଖାଯାଇଛି। ଏହାସହ ସାର୍ଟିଫିକେଟ୍ ବୈଧତା ନେଇ କିଛି ଛାତ୍ରଛାତ୍ରୀ କୁଳପତିଙ୍କ ସହ ଆଲୋଚନା କରିଛନ୍ତି। ଆଜି ଲଜପତରାୟ ଲ’ କଲେଜର ଛାତ୍ରଛାତ୍ରୀମାନେ ୯ ଦଫ। ଦାବି ନେଇ ଫ।ଟକରେ ତାଲା […]

smb-law

smb-law

Rakesh Mallick
  • Published: Tuesday, 08 December 2015
  • Updated: 08 December 2015, 12:37 PM IST

ସମ୍ବଲପୁର: ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା ନେଇ ଲଜପତରାୟ ଇଣ୍ଟିଗ୍ରେଟେଡ ବିବିଏ, ଏଲଏଲବି ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି। ଏ ନେଇ ଆଜି ଛାତ୍ରଛାତ୍ରୀମାନେ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ପ୍ରଶାସନିକ ଭବନ ଫ।ଟକରେ ତାଲା ପକାଇ ଦେଇଥିଲେ। ସମସ୍ୟାର ସମାଧାନ ଲାଗି କୁଳପତି ପ୍ରତିଶ୍ରୁତି ଦେବା ପରେ ଧାରଣା ସ୍ଥଗିତ ରଖାଯାଇଛି। ଏହାସହ ସାର୍ଟିଫିକେଟ୍ ବୈଧତା ନେଇ କିଛି ଛାତ୍ରଛାତ୍ରୀ କୁଳପତିଙ୍କ ସହ ଆଲୋଚନା କରିଛନ୍ତି।

ଆଜି ଲଜପତରାୟ ଲ’ କଲେଜର ଛାତ୍ରଛାତ୍ରୀମାନେ ୯ ଦଫ। ଦାବି ନେଇ ଫ।ଟକରେ ତାଲା ପାକାଇ ଦେଇ ଧାରଣାରେ ବସିବାରୁ କର୍ମଚାରୀମାନେ ଭିତରକୁ ଯାଇପାରି ନ ଥିଲେ। ଛାତ୍ରଛାତ୍ରୀମାନେ କଲେଜରେ ସେଲ୍ଫ ଫ।ଇନାନ୍ସିଂ ଜରିଆରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ବିବିଏ, ଏଲଏଲବି ପଢୁଛନ୍ତି। କଲେଜ କର୍ତ୍ତୃପକ୍ଷ ପଠାପଢା ଆରମ୍ଭ କରିଦେଇଥିଲେ ମଧ୍ୟ ଏହି ପାଠ୍ୟକ୍ରମକୁ ବାର କାଉଂସିଲ ଅଫ୍ ଇଣ୍ଡିଆର ଅନୁମୋଦନ ମିଳିନାହିଁ। ଏପରି ସ୍ଥିତିରେ ଏଠାରୁ ପାସ କଲା ପରେ ଛାତ୍ରଛାତ୍ରୀମାନେ ଯେଉଁ ସାର୍ଟିଫିକେଟ ପାଇବେ ତାହାର କିଛି ବୈଧତା ରହିବ କି ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାଛଡା ସେମାନଙ୍କ ପରୀକ୍ଷା ପରିଚାଳନା ସମ୍ୱଲପୁର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

ଅଭିଯୋଗ ଅନୁସାରେ ୫୧ଟି ସିଟରେ ଏହି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଆରମ୍ଭର ପରବର୍ତ୍ତି ସମୟରେ କଲେଜ କର୍ତ୍ତୃପକ୍ଷ ବାର କାଉସିଂଲ ଅଫ ଇଣ୍ଡିଆର ଅନୁମୋଦନ ମିଳିବା ନେଇ କୌଣସି ପଦକ୍ଷେପ ନେଇ ନ ଥିଲେ। କଲେଜରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି କି ଭିତ୍ତିଭୁମିର ବିକାଶ କରାଯାଇ ନ ଥିଲା। ଫଳରେ ଯେତେବେଳେ ବାର କାଉଂସିଲ ଅନୁମୋଦନ ଲାଗି ଆବେଦନ କରାଯାଇଥିଲା ଏହାକୁ ଅଗ୍ରାହ୍ୟ କରି ଦିଆଯାଇଥିଲା। ଏ ସମ୍ପର୍କରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, ଏହା ତତକାଳୀନ କୁଳପତିଙ୍କ ଭୁଲ ଥିଲା। ଛାତ୍ରଛାତ୍ରୀଙ୍କ ସବୁ ସମସ୍ୟାର ସମାଧାନ କରାଯିବ। ଏଣିକି ସମ୍ୱଲପୁର ବିଶ୍ୱ ବିଦ୍ୟାଳୟ ହିଁ ବିବିଏ ଓ ଏଲଏଲବି ପରୀକ୍ଷା କରିବ। ଅନୁମୋଦନ ଲାଗି ପୁଣି ଥରେ ବାର କାଉଂସିଲ ଅଫ ଇଣ୍ଡିଆକୁ ସେ ଚିଠି ଲେଖିଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos