ସମ୍ବଲପୁର: ପୋଲିସ-ମାଓବାଦୀ ଗୁଳିବିନିମୟ, କମ୍ପ୍ୟୁଟର ସହ ମାଓ ସାମଗ୍ରୀ ଜବତ

ସମ୍ବଲପୁର: ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ସୀମାନ୍ତ ଉଡୁଲ ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ହୋଇଥିବା ଗୁଳିବିନିମୟ ଘଟଣାରେ ପୋଲିସ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ୪ଟି ଖୋକା, ରେଡିଓ, କମ୍ପ୍ୟୁଟର ଉପକରଣ, ସୋଲାର ଲାଇଟ୍ ପ୍ୟାନେଲ, ଟର୍ଚ୍ଚ, ବ୍ୟାଟେରୀ, ମାଓ ପୁସ୍ତକ, ମେଡିସିନ, ରୋଷେଇ ସାମଗ୍ରୀ ଓ ବିଭିନ୍ନ ପ୍ରକାର ସୁଖିଲା ଖାଦ୍ୟ ସାମଗ୍ରୀ ଜବତ କରାଯାଇଛି। ଗତ ୧୫ ତାରିଖ ସନ୍ଧ୍ୟାରେ ଏହି ଗୁଳି ବିନିମୟ […]

sambulpur-mao-2

sambulpur-mao-2

Rakesh Mallick
  • Published: Wednesday, 17 February 2016
  • Updated: 17 February 2016, 11:08 AM IST

Sports

Latest News

sambulpua-maoସମ୍ବଲପୁର: ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ସୀମାନ୍ତ ଉଡୁଲ ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ହୋଇଥିବା ଗୁଳିବିନିମୟ ଘଟଣାରେ ପୋଲିସ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ୪ଟି ଖୋକା, ରେଡିଓ, କମ୍ପ୍ୟୁଟର ଉପକରଣ, ସୋଲାର ଲାଇଟ୍ ପ୍ୟାନେଲ, ଟର୍ଚ୍ଚ, ବ୍ୟାଟେରୀ, ମାଓ ପୁସ୍ତକ, ମେଡିସିନ, ରୋଷେଇ ସାମଗ୍ରୀ ଓ ବିଭିନ୍ନ ପ୍ରକାର ସୁଖିଲା ଖାଦ୍ୟ ସାମଗ୍ରୀ ଜବତ କରାଯାଇଛି। ଗତ ୧୫ ତାରିଖ ସନ୍ଧ୍ୟାରେ ଏହି ଗୁଳି ବିନିମୟ ହୋଇଥିଲା। ଏ ନେଇ ସମ୍ବଲପୁର ଏସ୍‌ପି ଅଖିଳେଶ୍ୱର ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଉକ୍ତ ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ମିଳିତ କମ୍ବିଂ ବେଳେ ଉଡୁଲ ଗାଁ ପାଖରେ ଏକ ମାଓକ୍ୟାମ୍ପ ଠାବ କରାଯାଇଥିଲା। ସେଠାରେ ଦୁଇଜଣ ମାଓବାଦୀ ଥିବା ଜଣାପଡିଥିଲା। ସେମାନଙ୍କୁ ଆତ୍ମ ସମର୍ପଣ କରିବାକୁ କୁହାଯାଇଥିଲା। ହେଲେ ସେମାନେ ଗୁଳି ମାଡ଼ କରିଥିଲେ। ସୁରକ୍ଷା କର୍ମୀ ପଲାଟା ଆକ୍ରମଣ କରିବାରୁ ସେମାନେ ଫେରାର ହୋଇଯାଇଥିଲେ। କ୍ୟାମ୍ପରୁ କମ୍ପ୍ୟୁଟର କି’ ବୋର୍ଡ, ଚେୟାର ଓ ବହୁ କାଗଜପତ୍ର ଜବତ କରାଯାଇଛି। ଏଥିରୁ ସେଠାରେ କେହି ବରିଷ୍ଠ ଏସ୍‌ଡିଏସ୍‌ ସଦସ୍ୟ ଥିବା ଅନୁମାନ କରାଯାଉଛି। ସିଆରପିଏଫ୍‌, ଡିଭିଏଫ୍‌ଙ୍କୁ ନେଇ କମ୍ବିଂ ଜାରି ରହିଛି।

ସେ ଆହୁରି କହିଛନ୍ତି, ଗତ ଦେଢବର୍ଷ ହେବ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି କମିଛି। କୌଣସି ସ୍ଥାନରେ ସେମାନଙ୍କ ନିର୍ଦ୍ଦିଷ୍ଟ କ୍ୟାମ୍ପ ନାହିଁ। ଏହି ସମୟ ମଧ୍ୟରେ ୪ଥର ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଛୁ। ଗୋଟେ ଥର ଦୁଇଜଣ ମାଓବାଦୀଙ୍କୁ ଧରିବାକୁ ମଧ୍ୟ ଆମେ ସକ୍ଷମ ହୋଇଛୁ।  ମାଓବାଦୀମାନେ ଏଠାରେ ସ୍ଥାୟୀ ଭାବେ ରହି ମିଟିଂ କରିବା ଭଳି ଘଟଣା ଏଠାରେ ନାହିଁ। ବୀରମିତ୍ରପୁର-ଉଲୁଣ୍ଡା-ଜୁଜୁମୁରା ଦେଇ ଆଗରୁ ମାଓବାଦୀମାନେ ଯିବା ଆସିବା କରୁଥିଲେ। ସେମାନଙ୍କ ଏହି ରାସ୍ତାଟି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏବେ ମାଓବାଦୀମାନେ ଅନୁଗୋଳ-ବୌଦ୍ଧ-କନ୍ଧମାଳ-କଳାହାଣ୍ଡି ଦେଇ ସେ ରୁଟ୍‌ରେ ଯିବା ଆସିବା କରୁଛନ୍ତି। ସମ୍ବଲପୁର ଦେଇ ସେମାନଙ୍କ ଗତିବିଧି ନାହିଁ। ଗତବର୍ଷ ଧମା ଅଞ୍ଚଳରେ ଏକ ଡକାୟତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ମାଓବାଦୀଙ୍କ ନାଁରେ ଏହି ଡକାୟତି ହୋଇଥିଲା ବୋଲି ତଦନ୍ତ ବେଳେ ଜଣାପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story