ସମ୍ବଲପୁର: ଶ୍ୟାମ ମେଟାଲିକ୍ କାରଖାନାରେ ଦୁର୍ଘଟଣା, ୪ ଗୁରୁତର

ସମ୍ବଲପୁର: ସମ୍ୱଲପୁର ରେଙ୍ଗାଲି ସ୍ଥିତ ଶ୍ୟାମ ମେଟାଲିକ୍ କାରଖାନାରେ ଦୁର୍ଘଟଣା ଘଟି ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଇଂଜିନିୟର ଅଛନ୍ତି। କାରଖାନାର ଇଲେକ୍ଟ୍ରିକ୍ ପ୍ୟାନେଲରେ ବିସ୍ଫୋରଣ ଘଟି ଏହି ଦୁର୍ଘଟଣା ଘଟିଥିଲା। ଆହତମାନଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଶରୀରର ୮୦ ପ୍ରତିଶତରୁ ଅଧିକ ପୋଡ଼ିଯାଇଛି। ଏ ସମ୍ପର୍କରେ ରେଙ୍ଗାଲି ଥାନାରେ ଏକ ମାମଲା ରୁଜୁ ହୋଇଛି।