ସମ୍ୱଲପୁର: ସଡ଼କ ଦୁର୍ଘଟଣାରେ ୨ ମୃତ

ସମ୍ୱଲପୁର: ସମ୍ୱଲପୁର ୫୫ ନମ୍ୱର ଜାତୀୟ ରାଜପଥର ଚାରମାଲ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟି ୨ଜଣଙ୍କର ମୃତ୍ୟୁ ଘଟିଛି। ପିକଅପଟି ଅନୁଗୋଳରୁ ସମ୍ୱଲପୁର ଯାଉଥିବା ବେଳେ ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ପିକ୍ଅପ୍ ଡ୍ରାଇଭରଙ୍କ ସହ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢାଖୋଲ ମେଡ଼ିକାଲକୁ ପଠାଇଛି।