ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ କେବଳ ଦର୍ଶନ କରିହେବ

ପୁରୀ: ସ୍ନାନ ପୂର୍ଣ୍ଣିମା ସନ୍ଧ୍ୟାରେ ଭକ୍ତମାନେ ସ୍ନାନ ମଣ୍ଡପ ଉପରକୁ ଯାଇ ଅତି ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ କିନ୍ତୁ ଛୁଇଁ ପାରିବେ ନାହିଁ। ସେହିପରି ଶ୍ରଦ୍ଧାଳୁମାନେ ବାହାରକାଠ ନିକଟରୁ ନବଯୌବନ ଦର୍ଶନ କରିପାରିବେ। ଆଜି ଦେବସ୍ନାନ ପୂର୍ଣ୍ଣିମା ଏବଂ ଦ୍ୱିତୀୟ ରଥଯାତ୍ରା ନୀତିକାନ୍ତିକୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୧ଟି ନିଯୋଗର ସଭାପତି ଏବଂ ସମ୍ପାଦକ ଯୋଗ ଦେଇଥିଲେ। ଆସନ୍ତା ୧୩ ତାରିଖ […]

Sri-Puri-Jagannath-Temple3

Sri-Puri-Jagannath-Temple3

Rakesh Mallick
  • Published: Thursday, 09 June 2016
  • Updated: 09 June 2016, 08:45 PM IST

Sports

Latest News

ପୁରୀ: ସ୍ନାନ ପୂର୍ଣ୍ଣିମା ସନ୍ଧ୍ୟାରେ ଭକ୍ତମାନେ ସ୍ନାନ ମଣ୍ଡପ ଉପରକୁ ଯାଇ ଅତି ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ କିନ୍ତୁ ଛୁଇଁ ପାରିବେ ନାହିଁ। ସେହିପରି ଶ୍ରଦ୍ଧାଳୁମାନେ ବାହାରକାଠ ନିକଟରୁ ନବଯୌବନ ଦର୍ଶନ କରିପାରିବେ। ଆଜି ଦେବସ୍ନାନ ପୂର୍ଣ୍ଣିମା ଏବଂ ଦ୍ୱିତୀୟ ରଥଯାତ୍ରା ନୀତିକାନ୍ତିକୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୧ଟି ନିଯୋଗର ସଭାପତି ଏବଂ ସମ୍ପାଦକ ଯୋଗ ଦେଇଥିଲେ।

ଆସନ୍ତା ୧୩ ତାରିଖ ଛତିଶା ନିଯୋଗ ଏବଂ ୧୬ ତାରିଖରେ ପରିଚାଳନା କମିଟି ବୈଠକରେ  ଆଲୋଚନା ପରେ ଏହାକୁ ଅନୁମୋଦନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ସୁରେଶ ମହାପାତ୍ର କହିଛନ୍ତି।

ବୈଠକରେ ଦେବସ୍ନାନ ପୂର୍ଣ୍ଣିମା ନୀତି ଚୂଡାନ୍ତ ହୋଇଥିଲା। ରାତି ୩ଟାରେ ଦ୍ୱାର ଫିଟା ଯିବ ବୋଲି ସମୟ ଧାର୍ଯ୍ୟ ହୋଇଛି। ମଙ୍ଗଳାର୍ପଣ ପରେ ରାତି ୪ଟାରୁ ସକାଳ ୬ଟା ଭିତରେ ସ୍ନାନ ମଣ୍ଡପକୁ ତିନି ଠାକୁରଙ୍କ ପହଣ୍ଡି ନୀତି କରାଯିବ, ୯ଟା ୩୦ରୁ ୧୨ଟା ମଧ୍ୟରେ ଜଳ ବିଜେ ଓ ସ୍ନାନ ନୀତି ହେବ। ଏହାପରେ ହାତୀ ବେଶ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos