ଆସନ୍ତାକାଲି ଭଙ୍ଗା ହେବନି ସନାତନ ମହାକୁଡ଼ଙ୍କ ଘର, ଭଙ୍ଗାଯିବ କେବଳ କିଛି ଅସ୍ଥାୟୀ ନିର୍ମାଣ

କେନ୍ଦୁଝର: ଆସନ୍ତାକାଲି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଘର ଓ ଅଫିସ୍‌ ବଦଳରେ ଭଙ୍ଗାଯିବ ଜବରଦଖଲ ଜମିରେ ତିଆରି ହୋଇଥିବା କିଛି ଅସ୍ଥାୟୀ ନିର୍ମାଣ। ଉଚ୍ଛେଦ ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି କେନ୍ଦୁଝର ଏଡିଏମ୍‌ ସଂଗ୍ରାମ କେଶରୀ ସ୍ୱାଇଁ। ସେ ଦେଇଥିବା ସ୍ପଷ୍ଟୀକରଣ ଅନୁସାରେ ୫ ଏକର ଜମିରେ ଜବରଦଖଲ ଉଚ୍ଛେଦ ଲାଗି କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସନାଙ୍କ ଘର ଓ ଅଫିସ୍‌ ୧ ଏକର ୨୦ ଡିସିମିଲ୍ ପରିମିତ ଜମି ଭିନ୍ନ ଏକ ପ୍ଲଟରେ […]

sanatana mahakuda

sanatana mahakuda

Rakesh Mallick
  • Published: Thursday, 21 April 2016
  • Updated: 22 April 2016, 02:19 AM IST

Sports

Latest News

କେନ୍ଦୁଝର: ଆସନ୍ତାକାଲି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଘର ଓ ଅଫିସ୍‌ ବଦଳରେ ଭଙ୍ଗାଯିବ ଜବରଦଖଲ ଜମିରେ ତିଆରି ହୋଇଥିବା କିଛି ଅସ୍ଥାୟୀ ନିର୍ମାଣ। ଉଚ୍ଛେଦ ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି କେନ୍ଦୁଝର ଏଡିଏମ୍‌ ସଂଗ୍ରାମ କେଶରୀ ସ୍ୱାଇଁ। ସେ ଦେଇଥିବା ସ୍ପଷ୍ଟୀକରଣ ଅନୁସାରେ ୫ ଏକର ଜମିରେ ଜବରଦଖଲ ଉଚ୍ଛେଦ ଲାଗି କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସନାଙ୍କ ଘର ଓ ଅଫିସ୍‌ ୧ ଏକର ୨୦ ଡିସିମିଲ୍ ପରିମିତ ଜମି ଭିନ୍ନ ଏକ ପ୍ଲଟରେ ରହିଛି। ଏହା ଉପରେ ହାଇକୋର୍ଟଙ୍କ ରହିତାଦେଶ ଥିବାରୁ ଏଠାରୁ ଉଚ୍ଛେଦ କରାଯିବ ନାହିଁ। ସେହିପରି ଏଠାରେ ନିର୍ମାଣ କରାଯାଇଥିବା ମନ୍ଦିର ନ ଭାଙ୍ଗିବାକୁ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେଣୁ ୫ ଏକର ପରିମିତ ପ୍ଲଟ୍‌ରେ ଗାଈଗୋରୁ ଓ ଛେଳିଙ୍କ ପାଇଁ ନିର୍ମାଣ କରାଯାଇଥିବା କିଛି ଅସ୍ଥାୟୀ ଘରକୁ ହିଁ ଆସନ୍ତାକାଲି ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି। ଏହି ସମୟରେ ଆଇନଶୃଙ୍ଗଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୮ ଜଣ ମାଜିଷ୍ଟ୍ରେଟଙ୍କ ସମେତ ୨୫ ପ୍ଲାଟୁନ୍‌ରୁ ଅଧିକ ଫୋର୍ସ ମୁତୟନ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos