ସାଙ୍ଗ ମୋର ମରିନି! କ୍ୟାପିଟାଲ ହସ୍ପିଟାଲରେ ହଙ୍ଗାମା

ଭୁବନେଶ୍ୱର: ଗତକାଲି ରାତିରେ ଖଣ୍ଡଗିରି ନିକଟରେ ଅଟୋ ଓଲଟି ପିଙ୍କି ମହାରଣାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ। ତେବେ ମୃତ ଛାତ୍ରୀ ଜଣଙ୍କ ବଞ୍ଚିଥିବା ଦାବି କରି ଆଜି ତାଙ୍କର କିଛି ସାଙ୍ଗ କ୍ୟାପିଟାଲ ହସ୍ପିଟାଲ ଶବଗୃହରୁ ମୃତଦେହ ଆଣି ପୁଣି ଥରେ ପରୀକ୍ଷା କରାଇଥିଲେ। ଯାହାକୁ ନେଇ କ୍ୟାପିଟାଲ ହସ୍ପିଟାଲରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ସିଭି ରମଣ କଲେଜରେ ପଢୁଥିବା ପିଙ୍କି ଓ ତାଙ୍କ ସାଙ୍ଗ ମୋନାଲି ମହାପାତ୍ରଙ୍କ ସହ ଅଟୋରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।