ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଛୁଇଁବା ପ୍ରସଙ୍ଗ: ସେବାୟତଙ୍କୁ କ୍ଲିନଚିଟ୍‌ ଦେଲା ମନ୍ଦିର ପ୍ରଶାସନ

ପୁରୀ: ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ସ୍ପର୍ଶ କରିବା ପ୍ରସଙ୍ଗରେ ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ଲିନଚିଟ୍‌ ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ରିପୋର୍ଟ ମିଳିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଏହା କହିଛନ୍ତି। ସେ କହିଛନ୍ତି, “୪୫ ମିନିଟର ସିସିଟିଭି ଫୁଟେଜ ଯାଞ୍ଚ ପରେ ସେବାୟତମାନେ କାହାକୁ ଶ୍ରୀଜିଉଙ୍କ ପାଖକୁ ନେଉଥିବା ଦୃଶ୍ୟ ମିଳି ନ ଥିଲା। ଲୋକଙ୍କୁ ସମ୍ପୂର୍ଣ୍ଣ ବାହାର କରା ନ ଯାଇ ବାରିକେଡ ଉଠାଯିବାରୁ ଏପରି ଅଘଟଣ ଘଟିଥିଲା। ଆଗକୁ ଯେମିତି ଏହାର […]

puri temple

puri temple

Rakesh Mallick
  • Published: Friday, 01 July 2016
  • Updated: 01 July 2016, 08:26 PM IST

Sports

Latest News

ପୁରୀ: ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ସ୍ପର୍ଶ କରିବା ପ୍ରସଙ୍ଗରେ ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ଲିନଚିଟ୍‌ ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ରିପୋର୍ଟ ମିଳିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଏହା କହିଛନ୍ତି। ସେ କହିଛନ୍ତି, “୪୫ ମିନିଟର ସିସିଟିଭି ଫୁଟେଜ ଯାଞ୍ଚ ପରେ ସେବାୟତମାନେ କାହାକୁ ଶ୍ରୀଜିଉଙ୍କ ପାଖକୁ ନେଉଥିବା ଦୃଶ୍ୟ ମିଳି ନ ଥିଲା। ଲୋକଙ୍କୁ ସମ୍ପୂର୍ଣ୍ଣ ବାହାର କରା ନ ଯାଇ ବାରିକେଡ ଉଠାଯିବାରୁ ଏପରି ଅଘଟଣ ଘଟିଥିଲା। ଆଗକୁ ଯେମିତି ଏହାର ପୁନରାବୃତ୍ତି ନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ।”

ଅନ୍ୟପକ୍ଷରେ ରଥଯାତ୍ରା ପରିଚାଳନାକୁ ନେଇ ଆଜି ବସିଥିବା ବୈଠକରେ ଅନେକ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ରଥ ଉପରକୁ କୌଣସି ଭକ୍ତଙ୍କୁ ଛଡାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ମହାପାତ୍ର କହିଛନ୍ତି।

ଚଳିତବର୍ଷ ଠାରୁ ରଥ ଚାରି ପାଖରେ ସିସିଟିଭି କ୍ୟାମେରା ଲଗାଯିବ। ଶରଧାବାଲିରେ ରଥ ରହିବା ପରେ ହିଁ ଭକ୍ତ ରଥକୁ ଛୁଇଁ ପାରିବେ। ରଥ ଛୁଇଁବାକୁ ବିଶେଷ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ, ଏସ୍‌ପି ଏବଂ ଏଡିଏମ୍‌ଙ୍କୁ ୩ ରଥର ଦାୟିତ୍ୱ ଦିଆଯାଇଛି ବୋଲି ମହାପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos