ସଂସଦ ଅଧିବେଶନକୁ କାଗଜମୁକ୍ତ କରିବାକୁ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରସ୍ତାବ ହେବ କାର୍ଯ୍ୟକାରୀ

ଭୁବନେଶ୍ୱର: ସଂସଦ ଅଧିବେଶନକୁ କାଗଜମୁକ୍ତ କରିବାକୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରସ୍ତାବ କାର୍ଯ୍ୟକାରୀ ହେବାକୁ ଯାଉଛି। ୨୦୧୪ ଜୁଲାଇ ୨୨ରେ ସାଂସଦ ପଣ୍ଡା ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖି ଏହି ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଅଧିକାଂଶ ସାଂସଦ ଲାପଟପ୍, ଆଇ ପ୍ୟାଡ୍ ଓ ଟାବ୍ ବ୍ୟବହାର କରୁଥିବାରୁ କାଗଜ ବଦଳରେ ସବୁ ତଥ୍ୟ ୱେବସାଇଟରେ ଅପଲୋଡ କରିବାକୁ ସାଂସଦ ପଣ୍ଡା ପ୍ରସ୍ତାବ ଦେଇଥିଲେ। ତାଙ୍କ ଏହି ପ୍ରସ୍ତାବ ଆଜି ସାକାର ହୋଇଛି। ସଂସଦର […]

kendrapda

kendrapda

Rakesh Mallick
  • Published: Friday, 27 November 2015
  • Updated: 27 November 2015, 02:40 PM IST

Sports

Latest News

ଭୁବନେଶ୍ୱର: ସଂସଦ ଅଧିବେଶନକୁ କାଗଜମୁକ୍ତ କରିବାକୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରସ୍ତାବ କାର୍ଯ୍ୟକାରୀ ହେବାକୁ ଯାଉଛି। ୨୦୧୪ ଜୁଲାଇ ୨୨ରେ ସାଂସଦ ପଣ୍ଡା ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖି ଏହି ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଅଧିକାଂଶ ସାଂସଦ ଲାପଟପ୍, ଆଇ ପ୍ୟାଡ୍ ଓ ଟାବ୍ ବ୍ୟବହାର କରୁଥିବାରୁ କାଗଜ ବଦଳରେ ସବୁ ତଥ୍ୟ ୱେବସାଇଟରେ ଅପଲୋଡ କରିବାକୁ ସାଂସଦ ପଣ୍ଡା ପ୍ରସ୍ତାବ ଦେଇଥିଲେ। ତାଙ୍କ ଏହି ପ୍ରସ୍ତାବ ଆଜି ସାକାର ହୋଇଛି। ସଂସଦର ଚଳିତ ଶୀତ ଅଧିବେଶନ କାଗଜମୁକ୍ତ ହେବା ନେଇ ବୁଧବାର ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି ବାଚସ୍ପତି ମହାଜନ।

ଏଣିକି ସଂସଦର ସମସ୍ତ ତଥ୍ୟ ଯେପରି ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ, କମିଟି ରିପୋର୍ଟ, ସଦସ୍ୟଙ୍କ ବ୍ୟକ୍ତିଗତ ବିଲ୍, ଅଣତାରକ ପ୍ରଶ୍ନ ଓ ବୁଲେଟିନ୍ ଲୋକସଭା ୱେବସାଇଟରେ ଅପଲୋଡ କରାଯିବ। ସାଂସଦ ପଣ୍ଡା ସଂସଦକୁ କାଗଜମୁକ୍ତ କରିବାକୁ ପ୍ରଥମେ ଉଦ୍ୟମ ଆରମ୍ଭ କରିଥିଲେ। ଏହାଦ୍ୱାରା ଅର୍ଥବ୍ୟୟ ରୋକାଯିବା ସହ ପରିବେଶ ସୁରକ୍ଷା ହେବ ବୋଲି ସାଂସଦ ପଣ୍ଡା ଦର୍ଶାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos