ସଂସଦ ଶୀତକାଳୀନ ଅଧିବେଶନ: ମରୁଡି ସହାୟତା ପ୍ରସଙ୍ଗ ଉଠାଇବେ ବିଜେଡି ସାଂସଦ

ଭୁବନେଶ୍ୱର: ସଂସଦର ଶୀତକାଳିନ ଅଧିବେଶନରେ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ ନେଇ ଆଜି ବିଜେଡ଼ିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାର୍ଲାମେଣ୍ଟର ସଂସଦୀୟ କାର୍ଯ୍ୟାଳୟ ଅନୁଷ୍ଠିତ ଏହି ବୈଠକରେ ମରୁଡି ସହାୟତା ପ୍ରସଙ୍ଗକୁ ଉପସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାସହ ଆଗାମୀ ରେଳ ବଜେଟରେ ଓଡିଶାର ଦାବି ନେଇ ରେଳମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବାକୁ ବୈଠକରେ ସ୍ଥିର କରାଯାଇଛି।