ସାନ୍ତାକ୍ଲଜ୍‌ ହେବେ କି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆଉ ୭ଦିନ ପରେ କ୍ରିସ୍‌ମସ୍‌। ପ୍ରଭୁ ଜୀଶୁଙ୍କ ଧରାବତରଣ ଦିନକୁ ଧୁମ୍‌ଧାମ୍‌ରେ ପାଳିବ ଓଡିଶା। ହାତରେ ସୁଖର ପସରା ନେଇ ସାନ୍ତାକ୍ଲଜ୍‌ ବୁଲିବେ ଘରକୁ ଘର, ବାଣ୍ଟିବେ ଉପହାର। ଲମ୍ବା ଦାଢି ସହ ଧଳା ନାଲି ରଙ୍ଗରେ ମଉଜିଆ ଟୋପି ପିନ୍ଧି ଗାଇବେ ଭାଇଚାରା ଓ ଶାନ୍ତିର ମନ୍ତ୍ର। ଏଥିପାଇଁ ଓଡିଶା ପ୍ରସ୍ତୁତ ହେଉଥିବା ବେଳେ ରାଜଧାନୀର ପିଏମ୍‌ଜି ଛକରେ ଆରମ୍ଭ ହେଲାଣି ସନ୍ତାକ୍ଲୋଜ ଟୋପି ବିକ୍ରି। ଯଦି ଆପଣଙ୍କ ମନ ହେଉଛି […]

santa

santa

Rakesh Mallick
  • Published: Monday, 18 December 2017
  • Updated: 18 December 2017, 08:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆଉ ୭ଦିନ ପରେ କ୍ରିସ୍‌ମସ୍‌। ପ୍ରଭୁ ଜୀଶୁଙ୍କ ଧରାବତରଣ ଦିନକୁ ଧୁମ୍‌ଧାମ୍‌ରେ ପାଳିବ ଓଡିଶା। ହାତରେ ସୁଖର ପସରା ନେଇ ସାନ୍ତାକ୍ଲଜ୍‌ ବୁଲିବେ ଘରକୁ ଘର, ବାଣ୍ଟିବେ ଉପହାର। ଲମ୍ବା ଦାଢି ସହ ଧଳା ନାଲି ରଙ୍ଗରେ ମଉଜିଆ ଟୋପି ପିନ୍ଧି ଗାଇବେ ଭାଇଚାରା ଓ ଶାନ୍ତିର ମନ୍ତ୍ର। ଏଥିପାଇଁ ଓଡିଶା ପ୍ରସ୍ତୁତ ହେଉଥିବା ବେଳେ ରାଜଧାନୀର ପିଏମ୍‌ଜି ଛକରେ ଆରମ୍ଭ ହେଲାଣି ସନ୍ତାକ୍ଲୋଜ ଟୋପି ବିକ୍ରି। ଯଦି ଆପଣଙ୍କ ମନ ହେଉଛି ସେଇ ଦେବଦୂତଙ୍କ ବେଶ ହେବାକୁ ତା ହେଲେ ଚିନ୍ତା ନାହିଁ, ଆପଣବି ମାତ୍ର ୨୦ ଟଙ୍କାରେ ସାଉଁଟି ପାରିବେ ଟୋପିଟିଏ । ମନେ ରଖନ୍ତୁ ଠିକଣା ହେଉଛି ପିଏମ୍‌ଜି ଛକ।

ରାଜସ୍ଥାନରୁ ଆସି ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ରହୁଥିବା କେତେଜଣ ମହିଳା ପିଏମ୍‌ଜିରୁ ରାଜଭବନ ଯାଉଥିବା ରାସ୍ତା କଡ଼ରେ ଠିଆହୋଇ ସାନ୍ତାକ୍ଲଜ୍‌ ଟୋପି ବିକୁଛନ୍ତି। ବାଇକ୍‌, କାର ଅଟକିଲେ ସେମାନେ ତାଙ୍କ ପାଖକୁ ଧାଇଁ ଯାଇ ଟୋପିଟିଏ କିଣିବାକୁ କହୁଛନ୍ତି। କିଏ  ଖୁସୀରେ ଟୋପି କିଣୁଛି ତ କିଏ ମୁହଁ ଆଡେଇ ଚାଲିଯାଉଛି। ଏମିତି ସ୍ଥିତିରେ କାହାର ବେପାର ଯମୁଛି ତ କାହାର ମାନ୍ଦା । ତଥାପି ପେଟପାଟଣା ପାଇଁ ପିଲା ଛୁଆଁଙ୍କୁ ଧରି ଏମାନେ ଟୋପି ବିକ୍ରି କରି ଚାଲିଛନ୍ତି।

ଏହି ମହିଳାମାନେ କହିଛନ୍ତି ଯେ, ସେମାନେ ଏହାକୁ ଦିଲ୍ଲୀରୁ ଆଣି ଏଠାରେ ବିକ୍ରି କରୁଛନ୍ତି। ଆଜି ଦିନ ତମାମ ବୁଲିବା ପରେ ବି ଭଲ ବେପାର ହୋଇନି। ବଡଦିନକୁ ଆହୁରି ୭ ଦିନ ବାକି ଅଛି । ଏହା ଭିତରେ ସେମାନଙ୍କ ସବୁ ଟୋପି ବିକ୍ରି ହୋଇଯିବ ବୋଲି ଆଶା ରଖିଛନ୍ତି ଏହି ବୁଲା ବିକାଳିମାନେ।

https://youtu.be/Aa82T6mF3S0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos