ଶପଥ ନେଲେ ଦୁଇ ହାଇକୋର୍ଟ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟର ଦୁଇଜଣ ସ୍ଥାୟୀ ବିଚାରପତି ଭାବେ ଜଷ୍ଟିସ ବିଶ୍ୱନାଥ ରଥ ଓ ଜଷ୍ଟିସ ସଙ୍ଗମ କୁମାର ସାହୁ ଆଜି  ଶପଥ ନେଇଛନ୍ତି। ପୂର୍ବରୁ ଉଭୟେ  ଅତିରିକ୍ତ ବିଚାରପତି ଭାବେ ଦାୟିତ୍ୱ  ତୁଲାଉଥିଲେ। ଉଭୟଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ଘୋଷଣା ନାମା ହାଇକୋର୍ଟଙ୍କ ହସ୍ତଗତ ହୋଇଥିଲା।

୨୦୧୪ ଜୁଲାଇ ୨ ତାରିଖରେ ଉଭୟଙ୍କୁ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଦୁଇବର୍ଷର କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ରାଷ୍ଟ୍ରପତି ସେମାନଙ୍କ ସ୍ଥାୟୀ ନିଯୁକ୍ତିକୁ ସ୍ୱୀକୃତି  ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।