ସପ୍ତମ ବେତନ କମିଶନଙ୍କ ସୁପାରିଶ ସଂଶୋଧନ ଦାବିରେ ରାଜ୍ୟ ସରକାର କର୍ମଚାରୀ ମହାସଂଘର ଦିଲ୍ଲୀରେ ଧାରଣା

ଭୁବନେଶ୍ୱର: ସପ୍ତମ ବେତନ କମିଶନଙ୍କ ସୁପାରିଶର ଆବଶ୍ୟକୀୟ ସଂଶୋଧନ ଦାବିରେ ରାଜ୍ୟ ସରକାର କର୍ମଚାରୀ ମହାସଂଘ ପକ୍ଷରୁ ଦିଲ୍ଲୀ ସଂସଦ ଭବନ ଆଗରେ ଧାରଣା ଦିଆଯାଇଛି। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା, ଜମ୍ମୁ-କାଶ୍ମୀର, ହରିୟାଣା ଆଦି ରାଜ୍ୟରୁ ଶତାଧିକ କର୍ମଚାରୀ ସଂଘ ପ୍ରତିନିଧି ଏଥିରେ ସାମିଲ ହୋଇଛନ୍ତି। କମିଶନଙ୍କ ସୁପାରିଶରେ ସଂଶୋଧନ ନ ହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।