ସାରଦା ଚିଟ୍‌ଫଣ୍ଡ କମ୍ପାନୀ ସମ୍ପତ୍ତି ବାଜ୍ୟାପ୍ତି

ବାଲେଶ୍ୱର: ସାରଦା ରିଅଲଇଷ୍ଟେଟ୍‌ ଇଣ୍ଡିଆ ଚିଟ୍‌ଫଣ୍ଡ ଠକେଇ ମାମଲାର ଆଜି ରାୟ ପ୍ରକାଶ ପାଇଛି। ବାଲେଶ୍ୱର ସ୍ୱତନ୍ତ୍ର ଅଧିକୃତ କୋର୍ଟ କମ୍ପାନୀର ୪ କୋଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିଛନ୍ତି।

କୋର୍ଟ କମ୍ପାନୀ ନାମରେ ଥିବା ୧୪ ଏକର ୬୪ ସିଡିସିଲ ଜମିକୁ ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସାରଦା ରିଅଲଇଷ୍ଟେଟ୍‌ କମ୍ପାନୀ ଲୋକଙ୍କୁ ଲୋଭ ଦେଖାଇ ବାଲେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ୍‌ କରିଥିଲା। ଏ ନେଇ ଅଭିଯୋଗ ହେବା ପରେ ଥାନାରେ ମାମଲା ରୁଜୁ କରାଯାଇଥିଲା।