ସରକାରଙ୍କ ପ୍ରତିଶ୍ରୁତି ପରେ ମାଟ୍ରିକ ପରୀକ୍ଷା ବର୍ଜନ ନିଷ୍ପତ୍ତିରୁ ଓହରିଲା ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ୱର: ଆଜି ସଚିବାଳୟରେ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ସହ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ  ଆଲୋଚନା ଗୋଟିଏ ପ୍ରକାର ସଫଲ ହୋଇଛି। ଆଲୋଚନା ପରେ ମାଟ୍ରିକ ପରୀକ୍ଷା ବର୍ଜନରୁ ସଂଘ ଓହରି ଯାଇଥିବା କହିଛି।

ଆସନ୍ତା ୨୨ରୁ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାରେ ଅସହଯୋଗ ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ସରକାର ଛଟେଇ ହୋଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଏବଂ ଅନ୍ୟ ଦାବିଗୁଡିକୁ ମାଟ୍ରିକ ପରୀକ୍ଷା ପରେ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଛି ସଂଘ। ମାର୍ଚ୍ଚ ୧୦ ସୁଦ୍ଧା ଦାବି ପୂରଣ ନ ହେଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି।