୩ ସରକାରୀ ମେଡିକାଲ କଲେଜରେ ହେବ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣ

ଭୁବନେଶ୍ୱର: ରାଜ୍ୟରେ ଥିବା ତିନୋଟି ସରକାରୀ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣ ହେବ। ଏ ନେଇ ଆଜି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଏସ୍‌ସିବି, ଏମ୍‌କେସିଜି ଓ ଭିମସାର ଅଧୀକ୍ଷକ ଏବଂ ସମସ୍ତ ସିଡିଏମ୍‌ଓଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି।

ଆଇସିୟୁ, ଏସଏନ୍‌ସିୟୁ, ଲେବର ରୁମ୍‌ ଓ ଅପରେସନ ଥିଏଟର ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣ ସହ ବ୍ୟାକ୍‌ଅପ୍‌ ରଖିବାକୁ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଖିଲାପ କଲେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।