ସରକାରୀ ୱେବସାଇଟ୍ ହ୍ୟାକିଂ ରୋକିବା ପାଇଁ ପ୍ରସ୍ତୁତ ହେଲା ଗାଇଡଲାଇନ୍

ଭୁବନେଶ୍ୱର: ସରକାରୀ ୱେବସାଇଟ୍ ହ୍ୟାକିଂ ରୋକିବା  ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି। ଇଲୋକଟ୍ରୋନିସ୍ ଆଣ୍ଡ୍ ଆଇଟି ବିଭାଗ ଏ ନେଇ ସବୁ ବିଭାଗକୁ ଆଡାଭାଇଜରୀ ଜାରି କରିଛି। ସମସ୍ତ ବିଭାଗ ଏହି ଆଡଭାଇଜରୀ ମାନିବାକୁ ବାଧ୍ୟତାମୂଳକ। ଏ ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ପ୍ରଦୀପ ଜେନା । ୱେବସାଇଟ୍ ପାଇଁ ସିକ୍ୟୁରିଟି ଫିଚର୍ ରହିବ। ସରକାରୀ ୱେବସାଇଟ୍ ହୋଷ୍ଟିଂ ଗଭେଣ୍ଟ୍ ଡଟ୍ ଇନ୍ ଓ ଏନଆଇସି ଡଟ୍ ଇନରେ ପଜିଂକରଣ କରିବେ ବୋଲି ଗାଇଡଲାଇନରେ ବ୍ୟବସ୍ଥା  ରହିଛି।

ସେହିପରି ସରକାରୀ ୱେବସାଇଟ୍ କେଉଁଠି ତିଆରି ହୋଇଛି ସେ ନେଇ ସମ୍ପୃକ୍ତ ବିଭାଗ ତଥ୍ୟ ସଂଗ୍ରହ କରି ସିକ୍ୟୁରିଟି ପ୍ରତି ଧ୍ୟାନ ଦେବା ପାଇଁ ବିଭାଗ ସମସ୍ତ ବିଭାଗକୁ ପରାମର୍ଶ ଦେଇଛନ୍ତି। ଗଞ୍ଜାମ ଆରଟିଓ ୱେବସାଇଟ୍ ଓ ଓୟୁଏଟି ୱେବସାଇଟ୍ ହେକ୍ ହେବା ପରେ ରାଜ୍ୟ ସରକାର ଏଭଳି ସତର୍କତା ଅବଲମ୍ୱନ କରିଛନ୍ତି।