ଆଜି ସରସ୍ୱତୀ ପୂଜା: ଶିକ୍ଷାନୁଷ୍ଠାନ ଗୁଡିକରେ ପୂଜା ପାଇଁ ବିଶେଷ ଆୟୋଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା। ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ। ମା’ଙ୍କ ଆବାହନ ପାଇଁ ବିଭିନ୍ନ ସ୍କୁଲରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଛି। ଭୁବନେଶ୍ୱରର ବିଭିନ୍ନ ସ୍କୁଲ କଲେଜ ଏବଂ ମଣ୍ଡପରେ ମଧ୍ୟ ବିଦ୍ୟାଦାତ୍ରୀଙ୍କ ପୂଜା ପାଇଁ ସ୍ୱତନ୍ତ୍ର ପୂଜା ପାଠର ଆୟୋଜନ କରାଯାଇଛି। ଆଜି ସ୍କୁଲ କଲେଜ ସହ ବିଭିନ୍ନ ପୂଜା ମଣ୍ଡପ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ପୂଜା ପାଇବେ ମା ସରସ୍ୱତୀ। ରାଜଧାନୀରେ ମଧ୍ୟ ଉତ୍ସବର ମାହୋଲ ଦେଖିବାକୁ […]

8

8

Rakesh Mallick
  • Published: Monday, 22 January 2018
  • Updated: 22 January 2018, 05:21 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା। ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ। ମା’ଙ୍କ ଆବାହନ ପାଇଁ ବିଭିନ୍ନ ସ୍କୁଲରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଛି। ଭୁବନେଶ୍ୱରର ବିଭିନ୍ନ ସ୍କୁଲ କଲେଜ ଏବଂ ମଣ୍ଡପରେ ମଧ୍ୟ ବିଦ୍ୟାଦାତ୍ରୀଙ୍କ ପୂଜା ପାଇଁ ସ୍ୱତନ୍ତ୍ର ପୂଜା ପାଠର ଆୟୋଜନ କରାଯାଇଛି। ଆଜି ସ୍କୁଲ କଲେଜ ସହ ବିଭିନ୍ନ ପୂଜା ମଣ୍ଡପ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ପୂଜା ପାଇବେ ମା ସରସ୍ୱତୀ। ରାଜଧାନୀରେ ମଧ୍ୟ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ତେବେ ଚଳିତ ବର୍ଷ ଓଡ଼ିଆ କାରିଗରୀଙ୍କ ମୂର୍ତ୍ତୀ ଅପେକ୍ଷା କୋଲକାତାରୁ ଆସିଥିବା ମୂର୍ତ୍ତୀର ଚାହିଦା ଅଧିକ ରହିଥିବା ଜଣାପଡ଼ିଛି। ସେପଟେ ସରସ୍ୱତୀ ପୂଜା ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ବାଲୁକା କଳାକୃତି ଦେଖିବାକୁ ମିଳିଛି। ପ୍ରାୟ ୧୫ ଟନ ବାଲିରେ ସେ ତିଆରି କରିଛନ୍ତି ୧୫ ଫୁଟ ଉଚ୍ଚର ବାଗଦେବୀଙ୍କ ପ୍ରତିମୂର୍ତ୍ତି। ବିଦ୍ୟାଦାତ୍ରୀଙ୍କୁ ନେଇ ତିଆରି ହୋଇଥିବା ଏହି ବାଲୁକା କଳାକୁ ଦେଖିବା ଲାଗି ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଜମୁଛି। ସେପଟେ ଏହି ଅବସରରେ ସରସ୍ୱତୀ ସମସ୍ତ ଭାରତୀୟଙ୍କୁ ବିଦ୍ୟା, ବୁଦ୍ଧି, ଜ୍ଞାନ ଓ ସୃଜନଶୀଳତା ପ୍ରଦାନ କରିବା ସହ ଆଶୀର୍ବାଦ କରନ୍ତୁ ବୋଲି କହିଛନ୍ତି ଶିଳ୍ପୀ ମାନସ ସାହୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos