ଚୌଦ୍ୱାର ଜେଲ୍‌ରେ ସାରଥିଙ୍କୁ ଇଡିର ଜେରା

କଟକ: ସନ୍ତୋଷ ରାଉଳ ଓରଫ ସାରଥିଙ୍କୁ ଗୁରୁବାର ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଇଡିର ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ସହିତ ଏକ ୩ ଜଣିଆ ଟିମ୍‌ ଚୌଦ୍ୱାର ଜେଲକୁ ଯାଇ ତାଙ୍କୁ ଜେରା କରି ଥିଲେ।  ଆର୍ଥିକ ନେଣଦେଣ ନେଇ ସେମାନେ ସାରଥିଙ୍କୁ ପଚରାଉଚରା କରିଥିଲେ। ପ୍ରାୟ ୫ ଘଣ୍ଟା ଧରି ତାଙ୍କୁ ଜେରା କରାଯାଇଥିଲା।  କୋର୍ଟଙ୍କ ସ୍ୱତନ୍ତ୍ର ଅନୁମତି ମିଳିବା ପରେ ଇଡି ପକ୍ଷରୁ ଏହି ଜେରା କରାଯାଇଥିଲା। ଆବଶ୍ୟକ ହେଲେ ସାରଥିଙ୍କୁ ପୁଣି ଥରେ ଜେରା […]

sarathi

sarathi

Rakesh Mallick
  • Published: Thursday, 03 March 2016
  • Updated: 03 March 2016, 02:19 PM IST

Sports

Latest News

କଟକ: ସନ୍ତୋଷ ରାଉଳ ଓରଫ ସାରଥିଙ୍କୁ ଗୁରୁବାର ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଇଡିର ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ସହିତ ଏକ ୩ ଜଣିଆ ଟିମ୍‌ ଚୌଦ୍ୱାର ଜେଲକୁ ଯାଇ ତାଙ୍କୁ ଜେରା କରି ଥିଲେ।  ଆର୍ଥିକ ନେଣଦେଣ ନେଇ ସେମାନେ ସାରଥିଙ୍କୁ ପଚରାଉଚରା କରିଥିଲେ। ପ୍ରାୟ ୫ ଘଣ୍ଟା ଧରି ତାଙ୍କୁ ଜେରା କରାଯାଇଥିଲା।  କୋର୍ଟଙ୍କ ସ୍ୱତନ୍ତ୍ର ଅନୁମତି ମିଳିବା ପରେ ଇଡି ପକ୍ଷରୁ ଏହି ଜେରା କରାଯାଇଥିଲା। ଆବଶ୍ୟକ ହେଲେ ସାରଥିଙ୍କୁ ପୁଣି ଥରେ ଜେରା କରାଯିବ ବୋଲି ଇଡିର ଆସିଷ୍ଟାଣ୍ଟ ଡାଇରେକ୍ଟର କହିଛନ୍ତି।

ସାରଥି ବିବାଦକୁ ଆସି ଗିରଫ ହେବା ପରେ ତାଙ୍କ ଆଶ୍ରମରେ ଚଢାଉ ବେଳେ କୋଟି କୋଟି ଟଙ୍କା ଜବତ କରାଯାଇଥିଲା। ଏହାସହ ତାଙ୍କ କଥାକଥିତ ପୁଅ ସତ୍ୟମଠାରୁ ଏକ ଦାମୀ କାର ଓ ଆକାଉଣ୍ଟରୁ ପ୍ରଚୁର ଅର୍ଥ ଜବତ କରାଯାଇଥିଲା। ଏବେ ସତ୍ୟମ୍‌ ଜାମିନରେ ଅଛି।

ସାରଥି ଜଣେ ଝିଅ ସହ ଗୋଲକୁଣ୍ଡା ହୋଟେଲରେ ଥିବା ଫଟୋ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ସାରା ରାଜ୍ୟରେ ପ୍ରତିକ୍ରିୟା ଦେଖା ଦେଇଥିଲା। ବିଭିନ୍ନ ସ୍ଥାନରେ ସାରଥିଙ୍କୁ ବିରୋଧ କରାଯିବା ସହ ତାଙ୍କ କୁଶପୁତ୍ତୋଳିକା ଦାହ କରାଯାଇଥିଲା। କେନ୍ଦ୍ରପଡାରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଥିଲା। ଏପରି କି କେନ୍ଦ୍ରାପଡାରେ ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ମଧ୍ୟ ହୋଇଥିଲେ। ସ୍ଥିତି ଅସମ୍ଭାଳିବାରେ ତତ୍‌କାଳୀନ ଏସ୍‌ପି ସତିଶ ଗଜଭିୟେ ବିଫଳ ହେବା ଓ ହିଂସା ବୃଦ୍ଧିର କାରଣ ପାଲଟିବା ଅଭଯୋଗରେ ତାଙ୍କୁ ସେଠାରୁ ବଦଳି କରାଯିବା ସହ ପରବର୍ତ୍ତି ସମୟରେ ନିଲମ୍ବିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos