ସର୍ବଦଳୀୟ ବୈଠକକୁ ନେଇ କଂଗ୍ରେସରେ ଫାଟ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଡାକିଥିବା ସର୍ବଦଳୀୟ ବୈଠକକୁ ନେଇ କଂଗ୍ରେସରେ ବିବାଦ ବଢିବାରେ ଲାଗିଛି। ସର୍ବଦଳୀୟ ବୈଠକରେ ଯୋଗଦେବା ନେଇ କଂଗ୍ରେସରେ ସହମତି ନ ଥିଲା ବୋଲି ଆଜି ଦଳୀୟ ମୁଖପାତ୍ର ଶରତ ରାଉତ କହିଛନ୍ତି। ବୈଠକକୁ ନେଇ ପୂର୍ବରୁ ଦଳ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିଲା। ଶରତଙ୍କ ଏପରି ମନ୍ତବ୍ୟ ପରେ କଂଗ୍ରେସ୍‌ରେ ଥିବା ଗୋଷ୍ଠୀ କନ୍ଦଳ ପୁଣି ଥରେ ପଦାରେ ପଡିଛି। ସର୍ବଦଳୀୟ ବୈଠକ ପୂର୍ବରୁ […]

congress

congress

Rakesh Mallick
  • Published: Sunday, 07 August 2016
  • Updated: 07 August 2016, 10:48 PM IST

Sports

Latest News

congressଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଡାକିଥିବା ସର୍ବଦଳୀୟ ବୈଠକକୁ ନେଇ କଂଗ୍ରେସରେ ବିବାଦ ବଢିବାରେ ଲାଗିଛି। ସର୍ବଦଳୀୟ ବୈଠକରେ ଯୋଗଦେବା ନେଇ କଂଗ୍ରେସରେ ସହମତି ନ ଥିଲା ବୋଲି ଆଜି ଦଳୀୟ ମୁଖପାତ୍ର ଶରତ ରାଉତ କହିଛନ୍ତି। ବୈଠକକୁ ନେଇ ପୂର୍ବରୁ ଦଳ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିଲା। ଶରତଙ୍କ ଏପରି ମନ୍ତବ୍ୟ ପରେ କଂଗ୍ରେସ୍‌ରେ ଥିବା ଗୋଷ୍ଠୀ କନ୍ଦଳ ପୁଣି ଥରେ ପଦାରେ ପଡିଛି।

ସର୍ବଦଳୀୟ ବୈଠକ ପୂର୍ବରୁ ଗତ ୩୧ ତାରିଖରେ କଂଗ୍ରେସର ବରିଷ୍ଠ ନେତାମାନେ ଏକାଠି ହୋଇଥିଲେ। ଏହି ବୈଠକରେ ଅଧିକାଂଶ ନେତା ସର୍ବଦଳୀୟ ବୈଠକରେ ଯୋଗ ନ ଦେବାକୁ ମତ ଦେଇଥିଲେ। ମହାନଦୀ ବିବାଦ ପାଇଁ ବିଜେଡି ଓ ବିଜେପିକୁ ଦାୟୀ କରି ଏହି ବୈଠକରେ ନ ବସିବାକୁ ମତ ପ୍ରକାଶ ପାଇଥିଲା। ଏହାସତ୍ତ୍ୱେ ସର୍ବଦଳୀୟ ବୈଠକରେ ଦଳର ବିଧାୟକ ଓ ନେତାମାନେ ଯୋଗ ଦେଇଥିଲେ।

ଶରତ କହିଛନ୍ତି, “ପ୍ରାଦେଶିକ ସ୍ତରରେ ଦଳ ଯାହା ନିଷ୍ପତ୍ତି ନେଲା କିଛି ନେତା ମାନିଲେ ନାହିଁ। ଜାଣିଶୁଣି ସର୍ବଦଳୀୟ ବୈଠକ ଡାକିବାକୁ ବିରୋଧୀ ଦଳ ନେତାଙ୍କୁ ଉସକାଇଲେ। ଠିକରେ ସବୁ ବିଧାୟକ ଓ ନେତାଙ୍କ ସହ ଯୋଗାଯୋଗ କରାଗଲା ନାହିଁ। ଫଳରେ କିଛି ନେତା ଅଜାଣତରେ ବୈଠକରେ ଯୋଗ ଦେଇଛନ୍ତି।”

ଶରତଙ୍କ ଏପରି ମନ୍ତବ୍ୟକୁ ଦଳୀୟ ବିଧାୟକ ପ୍ରକାଶ ବେହେରା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ସର୍ବଦଳୀୟ ବୈଠକରେ ଯୋଗଦେବା ନେଇ ସହମତି ଥିଲା। କଂଗ୍ରେସର ପ୍ରାୟ ସବୁ ବିଧାୟକ ଓ ବରିଷ୍ଠ ନେତା ଏଥିରେ ଯୋଗ ଦେଇଥିଲେ। ବିରୋଧୀ ଦଳ ନେତା ବୈଠକ ଡାକିଥିଲେ। ଏଥିରେ ଆମର ସହମତି ନ ରହିବ କେମିତି।”

ସର୍ବଦଳୀୟ ବୈଠକକୁ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ନାପସନ୍ଦ କରିଥିଲେ। ଅନ୍ୟପକ୍ଷରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବୈଠକ ସପକ୍ଷରେ ମତ ଦେଇଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହୀନପତି ଏବଂ ବିଧାୟକ ପ୍ରଫୁଲ୍ଲ ମାଝି ମଧ୍ୟ ବୈଠକ ସପକ୍ଷରେ ମତ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos