ସର୍ଦ୍ଦାର ରାଜା ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ନାମଲେଖା ନେଇ ହୋଇଥିବା ନିଷ୍ପତ୍ତି ଜଣାଅ: ହାଇକୋର୍ଟ

ଭବାନୀପାଟଣା/କଟକ: ଭବାନୀପାଟଣା ସର୍ଦ୍ଦାର ରାଜସ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ଅନ୍ୟ କଲେଜରେ ନାମ ଲେଖାଇବା ପ୍ରସଙ୍ଗରେ କ’ଣ ନିଷ୍ପତ୍ତି ନିଆଗଲା ସେ ବିଷୟରେ ଜଣାଇବାକୁ ହାଇକୋର୍ଟ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୯ ତାରିଖରେ କେନ୍ଦ୍ର ସରକାର ଡକାଇଥିବା ବୈଠକରେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ। ମେଡିକାଲ କାଉନସିଲ ଅଫ ଇଣ୍ଡିଆ (ଏମସିଆଇ) ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯିବା ପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସାନି ପ୍ରସ୍ତାବ ଉପରେ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଖଣ୍ଡପୀଠ ଆଶା ପୋଷଣ କରିଛନ୍ତି।

ସର୍ଦ୍ଦାର ରାଜସ ମେଡିକାଲ କଲେଜରେ ୨୦୧୩-୧୪ରେ ୧୦୦ ଓ ୨୦୧୪-୧୫ ଶିକ୍ଷା ବର୍ଷରେ ୨୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ଏବେ ମେଡିକାଲ କଲେଜକୁ ନେଇ ବିବାଦ ଲାଗି ରହିଥିବାରୁ ଛାତ୍ରଛାତ୍ରୀଙ୍କୁ ୩ଟି ଘରୋଇ ମେଡିକାଲ କଲେଜରେ ନାମ ଲେଖାଇବାକୁ ରାଜ୍ୟ ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସାନି ପ୍ରସ୍ତାବ ଦେଇଛନ୍ତି। ଆସନ୍ତା ୧୨ ତାରିଖରେ ଏହି ମାମଲାର ପରବର୍ତ୍ତି ଶୁଣାଣି ହେବ।