ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ପାଇଁ କାଉନସେଲିଂ ଆରମ୍ଭ

କଳାହାଣ୍ଡି: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ଆଡମିଶନ ନେଇ ଶୁକ୍ରବାରଠୁ ଆରମ୍ଭ ହୋଇଛି କାଉନସେଲିଂ ପ୍ରକ୍ରିୟା। ଡିଏମଇଟି ୱେବସାଇଟରେ ଅନଲାଇନରେ ଚଏସ୍ ଲକିଂ କରୁଛନ୍ତି ଛାତ୍ରଛାତ୍ରୀ।

ଆଜି ସରକାରୀ କୋଟାରେ ନାଁ ଲେଖାଇଥିବା ପିଲାମାନେ ଚଏସ୍ ଲକିଂ କରିଥିବା ବେଳେ ଆସନ୍ତାକାଲି ମ୍ୟାନେଜମେଣ୍ଟ କୋଟା ପିଲାମାନେ ଚଏସ୍ ଲକିଂ କରିବେ। ୧୭ରେ ସେମାନେ ଆଲଟମେଣ୍ଟ ଡାଉନଲୋଡ୍ କରିବେ। ୧୮ ତାରିଖ ଦିନ ଡିଏମ୍ଇଟିଙ୍କ ଅଫିସରେ ନାଁ ଲେଖା ହେବ। ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ହୋଇଥିବା ଆଡମିଶନ୍ ବାତିଲ କରାଯାଇଛି।