ସର୍ଦ୍ଦାର ରାଜାସ୍ ପ୍ରସଙ୍ଗ: ୩ଟି ଘରୋଇ କଲେଜରେ ୪୧ ଜଣ ଲେଖାଏଁ ଛାତ୍ରଛାତ୍ରୀ ଆଡମିଶନ କରିବେ

ଭୁବନେଶ୍ୱର: ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ନେଇ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ଛାତ୍ରଛାତ୍ରୀଙ୍କ ଚଏସ୍ ଲକିଂ ସହ କାଉନ୍ସେଲିଂ ହେବ। ୧୬ରେ ଛାତ୍ରଛାତ୍ରୀ ଆଲଟମେଣ୍ଟ ଡାଉନଲୋଡ୍ କରିପାରିବେ। ୧୮ ତାରିଖ ଦିନ ଡିଏମ୍ଇଟିଙ୍କ ଅଫିସରେ ନାଁ ଲେଖା ହେବ। ୪୧ଜଣ ଲେଖାଏଁ ୩ଟି ଘରୋଇ ମେଡିକାଲ କଲେଜରେ ଛାତ୍ରଛାତ୍ରୀ ନାଁ ଲେଖାଇବେ। ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ପୂର୍ବ ଆଡମିଶନ ବାତିଲ ହୋଇଯାଇଛି।