ସର୍ଦ୍ଦାର ରାଜାସ୍ ପ୍ରସଙ୍ଗ: ଜୁନ ୨୫ ସୁଦ୍ଧା ୨ କୋଟି ଜମା କରିବାକୁ ସେଲଭମ୍‌ ଟ୍ରଷ୍ଟକୁ ଆଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସର୍ଦ୍ଦାର ରାଜାସ୍‌ ମେଡିକାଲ କଲେଜ ବିବାଦ ମାମଲାରେ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଜୁନ ୨୫ ତାରିଖ ମଧ୍ୟରେ ୨ କୋଟି ଟଙ୍କା ପ୍ରଦାନ କରିବାକୁ କୋର୍ଟ କଲେଜ ପରିଚାଳନା କରୁଥିବା ସେଲଭମ୍‌ ଟ୍ରଷ୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ଦ୍ଦାର ରାଜସ୍‌ ମେଡିକାଲ କଲେଜ୍‌ ସେଲଭମ୍‌ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଛି। ଟ୍ରଷ୍ଟ ନିର୍ଦ୍ଦେଶ ଖିଲାପ କଲେ ଜାମିନ ବିହୀନ ବିରଫ ପରୱାନା ଜାରି ହେବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି। ଦୀର୍ଘ ୭ […]

sc

sc

Rakesh Mallick
  • Published: Monday, 09 May 2016
  • Updated: 09 May 2016, 02:46 PM IST

Sports

Latest News

ନୂଆଦିଲ୍ଲୀ: ସର୍ଦ୍ଦାର ରାଜାସ୍‌ ମେଡିକାଲ କଲେଜ ବିବାଦ ମାମଲାରେ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଜୁନ ୨୫ ତାରିଖ ମଧ୍ୟରେ ୨ କୋଟି ଟଙ୍କା ପ୍ରଦାନ କରିବାକୁ କୋର୍ଟ କଲେଜ ପରିଚାଳନା କରୁଥିବା ସେଲଭମ୍‌ ଟ୍ରଷ୍ଟକୁ ନିର୍ଦ୍ଦେଶ ଦେଇଛନ୍ତି।

ସର୍ଦ୍ଦାର ରାଜସ୍‌ ମେଡିକାଲ କଲେଜ୍‌ ସେଲଭମ୍‌ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଛି। ଟ୍ରଷ୍ଟ ନିର୍ଦ୍ଦେଶ ଖିଲାପ କଲେ ଜାମିନ ବିହୀନ ବିରଫ ପରୱାନା ଜାରି ହେବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି।

ଦୀର୍ଘ ୭ ମାସର ନ୍ୟାୟିକ ଲଢେଇ ପରେ କୋର୍ଟଙ୍କ ଏହି ରାୟ ଆସିଛି। କିଛିଦିନ ପୂର୍ବରୁ କୋର୍ଟ ଏହି ମାମଲାର ବିଚାର କରି ଟ୍ରଷ୍ଟକୁ ୨ କୋଟି ଟଙ୍କା ଜରିମାନା ଦେବାକୁ କହିଥିଲେ। ହେଲେ ଏହି ନିର୍ଦ୍ଦେଶ ବିରୋଧରେ ଟ୍ରଷ୍ଟ ପକ୍ଷରୁ କୋର୍ଟରେ ପୁନଃ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି କୋର୍ଟ ପୂର୍ବ ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି।

କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ କିଛି ଛାତ୍ର କହିଛନ୍ତି, “ଏହା ଛାତ୍ର ସମାଜର ବିଜୟ, କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ କଲେଜରେ ଚାଲିଥିବା ଅନିୟମିତତା ପଦାରେ ପଡିଛି।”

ସୂଚନାଯୋଗ୍ୟ ପୂର୍ବରୁ ଅନ୍ୟ ଏକ ଘରୋଇ କଲେଜକୁ କୋର୍ଟ ୫ କୋଟି ଟଙ୍କା ଜରିମାନା କରିଥିଲେ। ଏହି ଦୁଇଟି ଘଟଣାରେ କୋର୍ଟଙ୍କ ରାୟ ଘରୋଇ କଲେଜ କର୍ତ୍ତୃପକ୍ଷଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି। ଛାତ୍ର ସମାଜ ପ୍ରତି ଅବହେଳା ଓ କୌଣସି ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ ବୋଲି ଏବେ ସ୍ପଷ୍ଟ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos