ସର୍ଦ୍ଦାର ରାଜାସ ମେଡିକାଲ କଲେଜର ପୁନରୁଦ୍ଧାର ନେଇ ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ସର୍ଦ୍ଦାର ରାଜାସ ମେଡ଼ିକାଲ କଲେଜ ମାମଲାରେ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ ହୋଇଛି। ୨୩ ତାରିଖ ସୁଦ୍ଧା ଆଡମିଶନ ଶେଷ ହୋଇଥିବା ନେଇ ଏହି କମ୍ପ୍ଲାଏନ୍ସ ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିସହ ସର୍ଦ୍ଦାର ରାଜାସର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବା ନେଇ ୨ ସପ୍ତାହ ମଧ୍ୟରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ସୁଦ୍ଧା ନିୟମିତ କ୍ଲାସ ଆରମ୍ଭ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ଏହି ଏହିଶୁଣାଣି ହେବ।

ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ୍ କଲେଜରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତା ବୁଧବାରଠାରୁ ଆରମ୍ଭ କରିବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ପାଠପଢ଼ା ପଛେଇ ଥିବାରୁ ଏକ୍ସଟ୍ରା କ୍ଲାସ୍ ଜରିଆରେ କୋର୍ସ ସାରିବାକୁ କୋର୍ଟ କହିଛନ୍ତି।

ଅନ୍ୟପଟେ ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜକୁ ବନ୍ଦ କରାଯାଇଥିବାରୁ କୋର୍ଟ ଏଥିରେ ଅସନ୍ତୋଷ ବ୍ୟକ୍ତ କରି ଏହାର ପୁନରୁଦ୍ଧାର ପାଇଁ କହିଛନ୍ତି। ଏ ନେଇ ପଦକ୍ଷେପ ସମ୍ପର୍କରେ ଦୁଇ ସପ୍ତାହ ମଧ୍ୟରେ ଜଣାଇବାକୁ ରାଜ୍ୟ ସରକାରଙ୍କୁ ହୋଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ଥଇଥାନ ନେଇ ପୂର୍ବରୁ ବହୁ ବିରୋଧାଭାଷ ଦେଖାଦେଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ୧୨୪ ପିଲାଙ୍କ ମଧ୍ୟରୁ ୫୫ଜଣ ଏମକେସିଜି, ୫୪ ଜଣ ବୁର୍ଲା ଓ ତିନି ଘରୋଇ କଲେଜରେ ୫ ଜଣ ଲେଖାଏଁ ଆଡମିଶନ୍ ନେବା ସହ ଏହା ଭିତରେ ରିପୋର୍ଟିଂ କରିସାରିଛନ୍ତି।

ଆହୁରି ପଢ଼ନ୍ତୁ

ବୁଣାକାରଙ୍କ ପାଇଁ ବାର୍ତ୍ତାଟିଏ ଦେବାକୁ ଭୁଲିଗଲେ ସରକାର!

ଆଇପିଏସ୍ ଅମ୍ରିତ ମୋହନ ଓ ରଣପିସେଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ

ସୁସ୍ଥ ହେଲେ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ ଅଧିକ ପଢ଼ନ୍ତୁ?

କରୋନା ଲଢ଼େଇରେ ଜୀବନ ହରାଇଥିବା ଶିକ୍ଷକଙ୍କ ପରିବାରକୁ କେବେ ମିଳିବ ସହାୟତା?

ଶପିଂ କରି ପେମେଣ୍ଟ କଲେନି, କହିଲେ- ରେପ୍‌ କେସ୍‌ରେ ଫସାଇ ଦେବି!

ଭୁବନେଶ୍ୱରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ, ୪୯ ଲୋକାଲ୍‌ କେସ

ବେହେରା ସାହିରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତାରେ ସିଏମ୍‌ସି

କରୋନା ପରେ ଅଜଣା ରୋଗ ନେଉଛି ଜୀବନ, ୩ ଦିନରେ ଗଡ଼ିଲାଣି ୪ ମୁଣ୍ଡ

ନୂଆଖାଇ ପାଇଁ ଶଟ୍‌ଡାଉନ୍‌ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ସେପ୍ଟେମ୍ବରରେ କରୋନାର ଖେଳ ଶେଷ!

୯ରୁ ୧୧ ଯାଏ ବର୍ଷା; ୧୨ରୁ ଶୁଖିଲା

ନରସିଂହପୁର ଟାଉନ ଶଟ୍‌ଡାଉନ୍‌