ସରକାରଙ୍କୁ ପିସିସି ସଭାପତିଙ୍କ ଚ୍ୟାଲେଞ୍ଜ: ରାଜ୍ୟରେ ୧୩୩ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟାକୁ ନେଇ ଆଜି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ୍ କରିଛନ୍ତି। ରାଜ୍ୟରେ ଜଣେ ବି ଚାଷୀ ଆତ୍ମହତ୍ୟା କରି ନ ଥିବା ସରକାର କହୁଥିବା କଥାକୁ ସେ ମିଥ୍ୟା ବୋଲି କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩୩ଜଣ ଚାଷୀ ଆତ୍ମହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି। ଆଜି କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଆଣି ଜନଶୁଣାଣି କରିବା ଅବସରରେ ଏହା କହିଛନ୍ତି ପିସିସି ସଭାପତି ହରିଚନ୍ଦନ। କେନ୍ଦ୍ର ନିକଟରେ ରାଜ୍ୟର ଦାବିକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ଏହି ଜନଶୁଣାଣିରେ ଅବସରପ୍ରାପ୍ତ ଜଜ୍ ଓ ସାମାଜିକ କର୍ମୀମାନେ ମୃତ ଚାଷୀଙ୍କ ପରିବାର ଲୋକମାନେ ଦେଇଥିବା ସୂଚନାକୁ ଶୁଣିଥିଲେ। ମୃତ ଚାଷୀଙ୍କ ପରିବାରର ସଦସ୍ୟଙ୍କ ମଧ୍ୟରୁ କିଏ ଫସଲହାନି ତ ଆଉ କିଏ ଋଣଭାରରୁ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ।