ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗ: ସୋମବାର ଆନ୍ଦୋଳନକୁ ଓହ୍ଲାଇବେ ଅଲ୍ ଓଡ଼ିଶା ବାର୍ ଆସୋସିଏସନ୍ ଓ ୩୫ଟି ସରକାରୀ କର୍ମଚାରୀ ସଂଘ

ଭୁବନେଶ୍ୱର: ଓଡିଶା ଆଡ଼ମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ବା ସ୍ୟାଟ୍ ଉଚ୍ଛେଦ ବିରୋଧରେ ଜୋରଦାର ହେବ ଆନ୍ଦୋଳନ। ଭୁବନେଶ୍ୱର ବାର ଆସୋସଏସନ ଓ ସ୍ୟାଟ୍ ବାର ଆସୋସିଏସନର ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସୋମବାର ଓଡିଶାର ସମସ୍ତ ୧୧୦ଟି ବାର ଆସୋସିଏସନ ଓ ୩୫ଟି ସରକାରୀ କର୍ମଚାରୀ ସଂଘ ସମେତ ୧୬୪ଟି ସଂଘ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସେହିଦିନ ସରକାରୀ କର୍ମଚାରୀମାନେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ। ଟ୍ରିବ୍ୟୁନାଲ ଉଚ୍ଛେଦ ପ୍ରତିବାଦରେ ଓକିଲମାନଙ୍କ […]

sat

sat

Rakesh Mallick
  • Published: Friday, 25 September 2015
  • Updated: 25 September 2015, 04:02 AM IST

Sports

Latest News

ଭୁବନେଶ୍ୱର: ଓଡିଶା ଆଡ଼ମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ବା ସ୍ୟାଟ୍ ଉଚ୍ଛେଦ ବିରୋଧରେ ଜୋରଦାର ହେବ ଆନ୍ଦୋଳନ। ଭୁବନେଶ୍ୱର ବାର ଆସୋସଏସନ ଓ ସ୍ୟାଟ୍ ବାର ଆସୋସିଏସନର ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସୋମବାର ଓଡିଶାର ସମସ୍ତ ୧୧୦ଟି ବାର ଆସୋସିଏସନ ଓ ୩୫ଟି ସରକାରୀ କର୍ମଚାରୀ ସଂଘ ସମେତ ୧୬୪ଟି ସଂଘ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସେହିଦିନ ସରକାରୀ କର୍ମଚାରୀମାନେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ। ଟ୍ରିବ୍ୟୁନାଲ ଉଚ୍ଛେଦ ପ୍ରତିବାଦରେ ଓକିଲମାନଙ୍କ ଆନ୍ଦୋଳନ ୧୪ ଦିନରେ ପହଞ୍ଚି ଥିବାବେଳେ ସ୍ୟାଟର ୧୨ ଜଣିଆ ପ୍ରତିନିଧି ଦଳ ମଧ୍ୟ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟିଥିଲେ। ତେବେ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଓକିଲ ସଂଘ ଆନ୍ଦୋଳନକୁ ଜୋରଦାର କରିବାକୁ ସ୍ଥିର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos