ସ୍ଥାୟୀ ନିଯୁକ୍ତି ଦାବି: ଗଣଶିକ୍ଷକଙ୍କ ଚେତାବନୀ,୨୩ରୁ ସବୁ ମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ପୁଣି ଥରେ ସରକାରଙ୍କୁ ଚେତାବନୀ ଦେଇଛି ଗଣଶିକ୍ଷକ ମହାସଂଘ। ୭ଜଣିଆ ମନ୍ତ୍ରୀ ସ୍ତରୀୟ କମିଟି ଡିସେମ୍ୱର ୨୧ ପର୍ଯ୍ୟନ୍ତ ସମୟ ନେଇଥିବା ବେଳେ ଏଯାଏଁ ଆଲୋଚନା କରି ନ ଥିବା ସଂଘ କହିଛି। ଦାବି ପୂରଣ ନ ହେଲେ ପୁଣି ଥରେ ୨୩ ତାରିଖରୁ ସବୁ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।