ଏସ୍‌ସିବିରୁ ପିଲା ଚୋରି ଘଟଣା: ଡିଏନ୍‌ଏ ଟେଷ୍ଟ ପାଇଁ କୋର୍ଟରେ ଆବେଦନ

କଟକ: କଟକ ଏସ୍‌ସିବିରୁ ଚୋରି ହୋଇଥିବା ଦୁଇ ଶିଶୁ ଓ ସେମାନଙ୍କ ୪ ବାପାମା’ଙ୍କ  ଡିଏନ୍‌ଏ ଟେଷ୍ଟ କରାଯିବ। ଏନେଇ ଆଜି ମଙ୍ଗଳାବାଗ ଥାନା ପୋଲିସ୍‌ କଟକ ଏସ୍‌ଡିଜେଏମ୍‌ କୋର୍ଟ ଆବେଦନ କରିଛି। ପିଲା ଚୋରି ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ପିଲା ଚୋରଙ୍କ ସ୍କେଚ୍‌ ଜାରି କରିଥିଲା। ଗତ ୧୧ ତାରିଖରେ ପୋଲିସ ଜଣେ ଶିଶୁକୁ କାଫଲା ବଜାର ଓ […]

scb

scb

Rakesh Mallick
  • Published: Tuesday, 14 March 2017
  • Updated: 14 March 2017, 03:03 PM IST

Sports

Latest News

କଟକ: କଟକ ଏସ୍‌ସିବିରୁ ଚୋରି ହୋଇଥିବା ଦୁଇ ଶିଶୁ ଓ ସେମାନଙ୍କ ୪ ବାପାମା’ଙ୍କ  ଡିଏନ୍‌ଏ ଟେଷ୍ଟ କରାଯିବ। ଏନେଇ ଆଜି ମଙ୍ଗଳାବାଗ ଥାନା ପୋଲିସ୍‌ କଟକ ଏସ୍‌ଡିଜେଏମ୍‌ କୋର୍ଟ ଆବେଦନ କରିଛି।

ପିଲା ଚୋରି ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ପିଲା ଚୋରଙ୍କ ସ୍କେଚ୍‌ ଜାରି କରିଥିଲା। ଗତ ୧୧ ତାରିଖରେ ପୋଲିସ ଜଣେ ଶିଶୁକୁ କାଫଲା ବଜାର ଓ ଅନ୍ୟ ଜଣେ ଶିଶୁକୁ ବାରଙ୍ଗରୁ ଉଦ୍ଧାର କରି ଏସ୍‌ସିବି ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲା। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଅଭିଯୁକ୍ତ ମହିଳା ଜଣକ ନିଜକୁ ଆଶା କର୍ମୀ ବୋଲି ପରିଚୟ ଦେଇ ମେଡିକାଲ୍‌ରୁ ପିଲା ଚୋରି କରିଥିଲେ। ଜାନୁଆରୀ ୫ ଓ ମାର୍ଚ୍ଚ ୮ ତାରିଖରେ ପିଲା ଚୋରି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos