ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିଲେ ଡାକ୍ତର

କଟକ: କଟକ ବଡ଼ ମେଡିକାଲରେ ଜଣେ ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।  ଅଭିଯୋଗ ଅନୁସାରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ଖରାପ ବ୍ୟବହାର କରିବା ସହ ମାଡ଼ ମାରିଛନ୍ତି। ଏନେଇ ମହିଳା ଡାକ୍ତରଙ୍କ ନାଁରେ କେନ୍ଦ୍ରାପଡ଼ା ଜିଲ୍ଲା ରାମନଗର ଅଞ୍ଚଳର ଆରତୀ ସାହୁ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, କଟକ ବଡ଼ ଡାକ୍ତରଖାନାର ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଭାଗରେ ଆରତୀଙ୍କ ନଣନ୍ଦ ସଙ୍ଗୀତା ଚିକିତ୍ସିତ ହେଉଥିଲେ। […]

Rakesh Mallick
  • Published: Wednesday, 13 September 2017
  • Updated: 13 September 2017, 09:42 AM IST

Sports

Latest News

କଟକ: କଟକ ବଡ଼ ମେଡିକାଲରେ ଜଣେ ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।  ଅଭିଯୋଗ ଅନୁସାରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ଖରାପ ବ୍ୟବହାର କରିବା ସହ ମାଡ଼ ମାରିଛନ୍ତି। ଏନେଇ ମହିଳା ଡାକ୍ତରଙ୍କ ନାଁରେ କେନ୍ଦ୍ରାପଡ଼ା ଜିଲ୍ଲା ରାମନଗର ଅଞ୍ଚଳର ଆରତୀ ସାହୁ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, କଟକ ବଡ଼ ଡାକ୍ତରଖାନାର ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଭାଗରେ ଆରତୀଙ୍କ ନଣନ୍ଦ ସଙ୍ଗୀତା ଚିକିତ୍ସିତ ହେଉଥିଲେ। ଅଭିଯୋଗ ଅନୁଯାୟୀ ସଙ୍ଗୀତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଆରତୀ ଡାକ୍ତରଙ୍କୁ ଡାକିଥିଲେ, ହେଲେ ଡାକ୍ତର ଶୁଣି ନଥିଲେ। ଆରତୀ ସଂପୃକ୍ତ ମହିଳା ଡାକ୍ତରଙ୍କୁ ହାତ ମାରି ଡାକିବାରୁ ସେ ରାଗି ଯାଇ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos