କଟକ (ଓଡ଼ିଶା ରିପୋର୍ଟର): ଏସ୍ସିବି ୟୁରୋଲୋଜି ମୁଖ୍ୟ ଦତ୍ତେଶ୍ୱର ହୋତାଙ୍କ ବଦଳି ପରେ ଆଜି ଆନ୍ଦୋଳନରୁ ଓହରିଛନ୍ତି ଜୁନିୟର ଡାକ୍ତର। ୧୦ ଦିନ ପରେ ଆନ୍ଦୋଳନରୁ ଓହରିଛନ୍ତି କଟକ ଏସସିବି ମେଡିକାଲ କଲେଜର ଜୁନିୟର ଡାକ୍ତର। ଆଜିଠାରୁ ଜୁନିୟର ଡାକ୍ତରମାନେ କାମରେ ଯୋଗଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆନ୍ଦୋଳନରୁ ଓହରିବା ନେଇ ଜୁନିୟର ଡାକ୍ତର ସଂଘ ସଭାପତି ରାଜେଶ କୁମାର ସାହୁ ସୂଚନା ଦେଇଛନ୍ତି।
ଏସ୍ସିବି ୟୁରୋଲୋଜି ମୁଖ୍ୟଙ୍କ ବଦଳିକୁ ନାପସନ୍ଦ କରିଛି ଓଡ଼ିଶା ମେଡିକାଲ ଟିଚର୍ସ ସଂଘ(OMTA)। ଓଏମ୍ଟିଏର ଏକ ଜରୁରୀ ବୈଠକରେ ପ୍ରଫେସରଙ୍କ ବଦଳିକୁ ନିନ୍ଦା ସହ ଏନେଇ ପୁନଃ ବିଚାର କରିବାକୁ ଦାବି ହୋଇଛି।
ବୈଠକ ପରେ ଓଏମଟିଏ ସଭାପତି ବିପିନ ବିହାରୀ ପ୍ରଧାନ କହିଛନ୍ତି-“ଟିକେ କଥାରେ ଡାକ୍ତରୀ ଛାତ୍ର ଆନ୍ଦୋଳନକୁ ଓହ୍ଲାଇବା ଅସୁସ୍ଥ ପରମ୍ପରା ସୃଷ୍ଟି କରୁଛି। ଏହା ଗ୍ରହଣୀୟ ନୁହେଁ। ଅନ୍ୟର ଅଧିକାର ପ୍ରତି ସଚେତନତା ଜରୁରୀ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।