ସ୍କୁଲ୍‌ରୁ ଫେରିଲାନି ପୁଅ: ଅଜଣା ନମ୍ବରରୁ ଆସୁଛି କଲ୍‌

ଜଗତସିଂହପୁର: ହିମାଂଶୁ ମଲ୍ଲିକ। ବୟସ ୧୪ ବର୍ଷ। ଗତ ୧୧ ଦିନ ହେଲା ଘରୁ ସ୍କୁଲକୁ ଯାଇ ଆଉ ଫେରିନି। ଏପଟେ ପରିବାର ଲୋକଙ୍କ ପାଖକୁ ଅଜଣା ନମ୍ବରରୁ ଆସୁଛି ଫୋନ୍‌ କଲ୍‌। ଯାହାକୁ ନେଇ ବାପା ନାରାୟଣ ମଲ୍ଲିକ ଏବଂ ମାଆ ଜୟନ୍ତୀ ମଲ୍ଲିକ ଚିନ୍ତିତ ହୋଇଯାଇଛନ୍ତି। ଏପରି ଏକ ସମ୍ବେଦନଶୀଳ ଅଭିଯୋଗ ଆସିଛି ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ନିକଟ ଭରାଗୋଳ ଗାଁରୁ। ପୋଲିସ୍‌ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। […]

jspur

jspur

Rakesh Mallick
  • Published: Friday, 21 April 2017
  • Updated: 21 April 2017, 08:59 PM IST

Sports

Latest News

ଜଗତସିଂହପୁର: ହିମାଂଶୁ ମଲ୍ଲିକ। ବୟସ ୧୪ ବର୍ଷ। ଗତ ୧୧ ଦିନ ହେଲା ଘରୁ ସ୍କୁଲକୁ ଯାଇ ଆଉ ଫେରିନି। ଏପଟେ ପରିବାର ଲୋକଙ୍କ ପାଖକୁ ଅଜଣା ନମ୍ବରରୁ ଆସୁଛି ଫୋନ୍‌ କଲ୍‌। ଯାହାକୁ ନେଇ ବାପା ନାରାୟଣ ମଲ୍ଲିକ ଏବଂ ମାଆ ଜୟନ୍ତୀ ମଲ୍ଲିକ ଚିନ୍ତିତ ହୋଇଯାଇଛନ୍ତି। ଏପରି ଏକ ସମ୍ବେଦନଶୀଳ ଅଭିଯୋଗ ଆସିଛି ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ନିକଟ ଭରାଗୋଳ ଗାଁରୁ।

ପୋଲିସ୍‌ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ହେଲେ ଅଜଣା ନମ୍ବରରୁ କଲ୍‌ ଆସିବା ପରେ ହିମାଂଶୁକୁ ଅପହରଣ କରାଯାଇଥିବା ସନ୍ଦେହ ଘନିଭୂତ ହେବାରେ ଲାଗିଛି।

ନିକଟସ୍ଥ ପତିତପାବନ ହାଇସ୍କୁଲରେ ୧୦ ଶ୍ରେଣୀର ଛାତ୍ର ହେଉଛି ହିମାଂଶୁ। ଗତ ୧୦ ତାରିଖରେ ଘରୁ ବାହାରି ସ୍କୁଲକୁ ଯାଇଥିଲା। ହେଲେ ସେବେଠାରୁ ଆଉ ତା’ର ଖୋଜ ଖବର ମିଳୁନାହିଁ। ଏକମାତ୍ର ପୁଅ ଏପରି ଅନ୍ତର୍ଦ୍ଧାନ ହୋଇଯିବା ପରେ ପରିବାରରେ ଦୁଃଚିନ୍ତାର ବାତାବରଣ ଖେଳିଯାଇଛି। ପୁଅର ଫେରିବା ବାଟକୁ ଚାହିଁ ଦୂଆର ମୁହଁରେ ପଡି ରହିଛି ମାଆ। ଆଖିରୁ ଲୁହ ସୁଖୁନାହିଁ। ପୁଅ କେଉଁଠି ଥିବ, କେଉଁ ଅବସ୍ଥାରେ ଥିବ ତାକୁ ନେଇ ବିଳିବିଳେଇ ହେଉଛନ୍ତି ଜୟନ୍ତୀ। ସେ କହିଛନ୍ତି,“ସାଇକେଲ ଧରି ସ୍କୁଲ ଯାଇଥିଲା। ଝିଅ ସ୍କୁଲରୁ ଫେରି ଭାଇ ଯାଇ ନ ଥିବା କହିଥିଲା। ଚାରିଆଡେ ଖୋଜାଖୋଜି କଲୁ, ହେଲେ କେଉଁ ପାଇଲୁ ନାହିଁ। ଆଖପାଖରେ ପଚରାଉଚରା କରିବା ବେଳେ କିଛି ଲୋକ ତାକୁ କୋଲର ପୋଲ ଉପରେ ଚାଲିଚାଲି ଯାଉଥିବା ଦେଖିଥିବା କହିଥିଲେ। ହେଲେ ଆଜି ଯାଏଁ ’ର କିଛି ଖୋଜଖବର ପାଉନାହୁଁ।”

ପତିତପାବନ ସ୍କୁଲ ସହକାରୀ ଶିକ୍ଷକ କହିଛନ୍ତି,“ହିମାଂଶୁ ବହୁତ ଭଲ ପିଲା। ସବୁଦିନ ସ୍କୁଲ ଆସେ। ସ୍କୁଲ କିଛି ପିଲା କହୁଛନ୍ତି ଘଟଣା ଦିନ ତାକୁ କୋଲ ଉପରେ ଦେଖିଥିଲେ।”

ଅଜଣା ନମ୍ବରରୁ କଲ୍‌ ଆସୁଥିବା ଅଭିଯୋଗ ଆସିବା ପରେ ପୋଲିସ୍‌ ଏହାର ଖୋଳତାଡ଼ ଆରମ୍ଭ କରିଛି। ତିର୍ତ୍ତୋଲ ଥାନା ଅଧିକାରୀ ବଳରାମ ନାୟକ କହିଛନ୍ତି,“ପରିବାର ଲୋକେ ଦେଇଥିବା ଅଜଣା ନମ୍ବରକୁ ଆମେ ଟ୍ରାକ୍‌ କରୁଛୁ। ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story