ଡ୍ରେସକୋଡ୍‌କୁ ନେଇ ଦୁଇ ମନ୍ତ୍ରୀ ତୁ ତୁ ମେଁ ମେଁ 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ ବଦଳିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବରିଷ୍ଠ ମନ୍ତ୍ରୀ। ଡ୍ରେସକୋଡ ବଦଳିବା ନେଇ କିଛିଦିନ ତଳେ ବୟନଶିଳ୍ପମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଦେଇଥିବା ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ସେ କହିଛନ୍ତି-“ଡ୍ରେସ୍‌କୋଡ୍‌ ବଦଳିବା ନେଇ ଗଣଶିକ୍ଷା ବିଭାଗ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ଏନେଇ ପ୍ରସ୍ତାବ ଆସିଲେ, ଆଲୋଚନା କରାଯିବ।” ପୂର୍ବରୁ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ-“ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ […]

sambalpuri-dress-materials

sambalpuri-dress-materials

Rakesh Mallick
  • Published: Tuesday, 09 January 2018
  • Updated: 09 January 2018, 06:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ ବଦଳିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବରିଷ୍ଠ ମନ୍ତ୍ରୀ। ଡ୍ରେସକୋଡ ବଦଳିବା ନେଇ କିଛିଦିନ ତଳେ ବୟନଶିଳ୍ପମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଦେଇଥିବା ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ସେ କହିଛନ୍ତି-“ଡ୍ରେସ୍‌କୋଡ୍‌ ବଦଳିବା ନେଇ ଗଣଶିକ୍ଷା ବିଭାଗ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ଏନେଇ ପ୍ରସ୍ତାବ ଆସିଲେ, ଆଲୋଚନା କରାଯିବ।”

ପୂର୍ବରୁ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ-“ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀମାନେ ପିନ୍ଧିବେ ହସ୍ତତନ୍ତ ବାନ୍ଧକଳା ଡ୍ରେସ୍‌। କିନ୍ତୁ ଗଣଶିକ୍ଷା ବିଭାଗ ବିଭାଗ ସ୍ଥିର କରିଥିବା ଡ୍ରେସ୍‌ର ରଙ୍ଗ ବଦଳିବ ନାହିଁ। ଏହି ନିୟମ ଆସନ୍ତା ଶିକ୍ଷାବର୍ଷଠାରୁ ଲାଗୁ କରାଯିବ। ଏହାଦ୍ୱାରା ପ୍ରାୟ ୪୦,୦୦୦ ବୁଣାକାର ଉପକୃତ ହେବେ। ଏନେଇ ଗଣଶିକ୍ଷାମନ୍ତ୍ରୀଙ୍କ ସହିତ ଅଣଆନୁଷ୍ଠାନିକ ଭାବେ ଆଲୋଚନା ହୋଇଛି। ଆଗାମୀ ୧୮ରୁ ୨୫ ତାରିଖରେ ଭିତରେ ଗଣଶିକ୍ଷା ବିଭାଗ ସହିତ ବିଧିବଦ୍ଧଭାବେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos