ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ସାଇନ୍ସ ପାର୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ଜିଲ୍ଲାରେ ସାଇନ୍ସ ପାର୍କ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ସାଇନ୍ସ ପାର୍କ ସ୍ଥାପନ ହେବ। ଏହାସହିତ ୬ଟି ଜିଲ୍ଲାରେ ପ୍ଲାନେଟୋରିୟମ ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏ ସମ୍ପର୍କରେ ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ଟି ଜିଲ୍ଲା ଯଥା-ଗଞ୍ଜାମ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ଭଦ୍ରକ, ପୁରୀ, […]

690-11

690-11

Tapas Behera
  • Published: Tuesday, 24 November 2020
  • Updated: 24 November 2020, 10:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ଜିଲ୍ଲାରେ ସାଇନ୍ସ ପାର୍କ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ସାଇନ୍ସ ପାର୍କ ସ୍ଥାପନ ହେବ। ଏହାସହିତ ୬ଟି ଜିଲ୍ଲାରେ ପ୍ଲାନେଟୋରିୟମ ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି।
ରାଜ୍ୟ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏ ସମ୍ପର୍କରେ ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ଟି ଜିଲ୍ଲା ଯଥା-ଗଞ୍ଜାମ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ଭଦ୍ରକ, ପୁରୀ, ବଲାଙ୍ଗିର, ସୁନ୍ଦରଗଡ଼ ଓ ଜଗତସିଂହପୁର ଜିଲ୍ଲାରେ ସାଇନ୍ସ ପାର୍କ ସ୍ଥାପନ କରାଯିବ। ଏହାସହିତ ରାଜ୍ୟର ୬ଟି ଜିଲ୍ଲା ଯଥା- ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ବଲାଙ୍ଗିର, ସୁନ୍ଦରଗଡ଼ ଓ ରାୟଗଡ଼ାରେ ପ୍ଲାନୋଟୋରିୟମ ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଏବେ ଭୁବନେଶ୍ୱର ଓ ଢେଙ୍କାନାଳଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ୨ଟି ସାଇନ୍ସ ସେଣ୍ଟର ରହିଛି। ଏହାଛଡ଼ା ୨ଟି ପ୍ଲାନେଟୋରିୟମ, ଗୋଟିଏ ମ୍ୟୁଜିୟମ ଓ ଗୋଟିଏ ଜିଳ୍ଲାସ୍ତରୀୟ ବିଜ୍ଞାନ କେନ୍ଦ୍ର ପରିଚାଳିତ ହେଉଛି। ଭୁବନେଶ୍ୱରରେ ପଠାଣି ସାମନ୍ତ ପ୍ଲାନେଟୋରିୟମ, ବୁର୍ଲାଠାରେ ଡଃ ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ, ନୟାଗଡ଼ ଜିଲ୍ଲାରେ ଖଣ୍ଡପଡ଼ାଠାରେ ପଠାଣି ସାମନ୍ତ ମ୍ୟୁଜିୟମ ଓ ବରଗଡ଼ ଜିଲ୍ଲାର ଟୁକୁର୍ଲାଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ କେନ୍ଦ୍ର ରହିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos