ବ୍ରହ୍ମ ବିଭ୍ରାଟ: ୨ ସେବାୟତଙ୍କ ଉପରୁ ନିଲମ୍ବନ ଉଠିବା ନେଇ ରାଜନୀତି ସରଗରମ

ଭୁବନେଶ୍ୱର/ପୁରୀ: ଗତକାଲି ଦୁଇ ଦଇତାପତି ଜୟକୃଷ୍ଣ ଓ ତାଙ୍କ ବାପା କାଶୀନାଥ ଦାସମହାପାତ୍ରଙ୍କ ଉପରୁ ନିଲମ୍ବନ ସାମୟିକ ଭାବେ ପ୍ରତ୍ୟାହାର କରାଯିବା ପରେ ତାକୁ ନେଇ ବିବାଦ ତେଜିବାରେ ଲାଗିଛି। ବ୍ରହ୍ମ ବିଭ୍ରାଟ ନେଇ ଶ୍ରୀମନ୍ଦିର ପ୍ରଶାସନର ତଦନ୍ତ ରିପୋର୍ଟ ଆସି ନ ଥିବା ବେଳେ କେଉଁ ଆଧାରରେ ସାମୟିକ ଭାବେ ସେମାନଙ୍କ ଉପରୁ ନିଲମ୍ବନ ଉଠାଗଲା ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଗତକାଲି ନିଲମ୍ବନ ପ୍ରତ୍ୟାହାର କରାଯିବା ପରେ ଆଜି ଜୟକୃଷ୍ଣ ଦାଶମହାପାତ୍ର […]

jayakrushna-das-mohapatra

jayakrushna-das-mohapatra

Rakesh Mallick
  • Published: Monday, 20 June 2016
  • Updated: 20 June 2016, 10:12 PM IST

Sports

Latest News

jayakrushna-das-mohapatraଭୁବନେଶ୍ୱର/ପୁରୀ: ଗତକାଲି ଦୁଇ ଦଇତାପତି ଜୟକୃଷ୍ଣ ଓ ତାଙ୍କ ବାପା କାଶୀନାଥ ଦାସମହାପାତ୍ରଙ୍କ ଉପରୁ ନିଲମ୍ବନ ସାମୟିକ ଭାବେ ପ୍ରତ୍ୟାହାର କରାଯିବା ପରେ ତାକୁ ନେଇ ବିବାଦ ତେଜିବାରେ ଲାଗିଛି। ବ୍ରହ୍ମ ବିଭ୍ରାଟ ନେଇ ଶ୍ରୀମନ୍ଦିର ପ୍ରଶାସନର ତଦନ୍ତ ରିପୋର୍ଟ ଆସି ନ ଥିବା ବେଳେ କେଉଁ ଆଧାରରେ ସାମୟିକ ଭାବେ ସେମାନଙ୍କ ଉପରୁ ନିଲମ୍ବନ ଉଠାଗଲା ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପକ୍ଷରେ ଗତକାଲି ନିଲମ୍ବନ ପ୍ରତ୍ୟାହାର କରାଯିବା ପରେ ଆଜି ଜୟକୃଷ୍ଣ ଦାଶମହାପାତ୍ର ଓ ତାଙ୍କ ବାପା କାଶୀନାଥ ଦାଶମହାପାତ୍ର ଆଜି ଶ୍ରୀଜୀଉଙ୍କ ସେବାରେ ନିୟୋଜିତ ଥିବା ଦେଖିବାକୁ ମିଳିଥିଲା।

ଜୟକୃଷ୍ଣ ପୂର୍ବରୁ ପୁରୀ ନଗର ଯୁବ ବିଜେଡିର ସଭାପତି ଥିଲେ। ତେବେ ଦଳୀୟ ଚାପ ନା ଅନ୍ୟ କିଛି କାରଣ ଯୋଗୁଁ ବାପ-ପୁଅଙ୍କ ଉପରୁ ଏହି ନିଲମ୍ବନ ପ୍ରତ୍ୟାହର ହେଲା ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ଏନେଇ କଂଗ୍ରେସ ମୁଖପାତ୍ର ଶରତ ରାଉତ କହିଛନ୍ତି,“କାହିଁକି ଏହି ୨ ସେବାୟତଙ୍କୁ ନିଲମ୍ବନ କରାଗଲା ତାହାର ଜବାବ ସରକାର ରଖିନ୍ତୁ। କେଉଁ ପରିସ୍ଥିତିରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଭାବେ ନିଆଯାଇଥିବା ନିଲମ୍ବନକୁ ଗତକାଲି ପ୍ରତ୍ୟାହୃତ କରାଯାଇଛି ତାହାସରକାର ରାଜ୍ୟବାସୀଙ୍କ ନିକଟରେ ସ୍ପଷ୍ଟ କରନ୍ତୁ।”

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି,“ସରକାର ଓ ମନ୍ଦିର ପ୍ରଶାସନ ନିଜ ଭୁଲକୁ ସେହି ୨ ସେବାୟତଙ୍କ ଉପରେ ବୋଳିଥିଲା। ଗତକାଲି ଏହାକୁ ଉଠାଇଛନ୍ତି। ବ୍ରହ୍ମ ବିଭ୍ରାଟ ଘଟିବାର ଏକ ବର୍ଷ ବିତିବାକୁ ବସିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏହାର ରିପୋର୍ଟ ନ ଦେଇ ସେମାନଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହୃତ କରିବା ନେଇ ସରକାର ହିଁ ଦାୟୀ।”

ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି,“ମନ୍ଦିର କମିଟିର କିଛି ସଦସ୍ୟଙ୍କ ଅନୁରୋଧ କ୍ରମେ ଏହି ୨ ଜଣଙ୍କ ଉପରୁ ନିଲମ୍ବନ ଉଠାଇବାକୁ ମନ୍ଦିର ପ୍ରଶାସନ ଗତକାଲି ନିଷ୍ପତ୍ତି ନେଇଥିଲା। କିନ୍ତୁ ସେମାନଙ୍କ ଉପରୁ ନିଲମ୍ବନ ସାମୟିକ ଭାବେ ପ୍ରତ୍ୟାହୃତ ହୋଇଛି।”

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି,“ରଥଯାତ୍ରା ସହିତ ଏହି ୨ ସେବାୟତଙ୍କ ସାମୟିକ ନିଲମ୍ବନ କରାଯିବାର କୌଣସି ସମ୍ପର୍କ ନାହିଁ। ଏକ ବର୍ଷ ହେବ ସେମାନେ ଦଣ୍ଡିତ ହେଲେଣି। ବର୍ତ୍ତମାନ ସେମାନେ ଶ୍ରୀଜୀଉଙ୍କ ସେବା କରିପାରୁନାହାନ୍ତି। ତେଣୁ ସେମାନେ ମାନସିକ ଭାରସାମ୍ୟ ହରାଇବାକୁ ବସିଲେଣି। କିଛି ସେବାୟତଙ୍କ ଅନୁରୋଧ କ୍ରମେ ମାମଲାର ଦଫାରଫା ପୂର୍ବରୁ ସେମାନଙ୍କ ଉପରୁ ସାମୟିକ ଭାବେ ନିଲମ୍ବନ ଉଠାଇବାକୁ ଆମେ ନିଷ୍ପତ୍ତି ନେଇଥିଲୁ। ମୋ ନିଟକରେ ନିଲମ୍ବନ କରିବାର କ୍ଷମତା ଥିବାରୁ ମୁଁ ଚାହିଁଲେ ସେମାନଙ୍କର ନିଲମ୍ବନକୁ ପ୍ରତ୍ୟାହୃତ କରିପାରିବି।”

ସୂଚନାଯୋଗ୍ୟ, ଗତବର୍ଷ ବ୍ରହ୍ମ ପରିବର୍ତ୍ତନ ବେଳେ ବ୍ରହ୍ମ ବିଭ୍ରାଟର ଅଭିଯୋଗ ଆସିଥିଲା। ଏହ ଘଟଣାକୁ ନେଇ ଅଡୁଆରେ ପଡିଥିଲେ ରାଜ୍ୟ ସରକାର। ତଦନ୍ତ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତଦନ୍ତବେଳେ ମନ୍ଦିର ପ୍ରଶାସନ ଜୟକୃଷ୍ଣ ଦାଶମହାପାତ୍ର ଓ ତାଙ୍କ ବାପା କାଶୀନାଥ ଦାଶମହାପାତ୍ରଙ୍କୁ ନିଲମ୍ବନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos