ପ୍ରଧାନମନ୍ତ୍ରୀଙ୍କ କଥା ପାଣିର ଗାର! ଏଯାଏଁ ଆରମ୍ଭ ହେଲାନି ବ୍ରାହ୍ମଣୀ ସେତୁ କାମ

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲାକୁ ସଂଯୋଗ ପାଇଁ ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ନିର୍ମାଣ କାମରେ ବିଳମ୍ବକୁ ନେଇ ତେଜିଲା ଆନ୍ଦୋଳନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଭୁପୃଷ୍ଠ ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କ ପ୍ରତିଶ୍ରୁତି ସତ୍ତ୍ୱେ କାମ ଆରମ୍ଭ ହୋଇନଥିବାରୁ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ରାଉରକେଲା ଜାଗରଣ ମଞ୍ଚ। ଅନ୍ୟପକ୍ଷରେ ରାଉରକେଲା ବିଧାୟକ ଦିଲୀପ ରାୟ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୦୧୭ ଜୁଲାଇ ୨୧ ତାରିଖରେ  ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ପ୍ରସ୍ତାବିତ […]

brahamani bridge

brahamani bridge

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 07:03 PM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲାକୁ ସଂଯୋଗ ପାଇଁ ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ନିର୍ମାଣ କାମରେ ବିଳମ୍ବକୁ ନେଇ ତେଜିଲା ଆନ୍ଦୋଳନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଭୁପୃଷ୍ଠ ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କ ପ୍ରତିଶ୍ରୁତି ସତ୍ତ୍ୱେ କାମ ଆରମ୍ଭ ହୋଇନଥିବାରୁ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ରାଉରକେଲା ଜାଗରଣ ମଞ୍ଚ। ଅନ୍ୟପକ୍ଷରେ ରାଉରକେଲା ବିଧାୟକ ଦିଲୀପ ରାୟ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

୨୦୧୭ ଜୁଲାଇ ୨୧ ତାରିଖରେ  ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ପ୍ରସ୍ତାବିତ ଦ୍ୱିତୀୟ ସେତୁର ଶିଳାନ୍ୟାସ କରିବା ସହ ୧୫ ଦିନ ଭିତରେ କାମ ଆରମ୍ଭ ହୋଇଯିବ ବୋଲି କହିଥିଲେ କେନ୍ଦ୍ର ଭୁପୃଷ୍ଠ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ। ତେବେ ଶିଳାନ୍ୟାସର ୪ ମାସ ବିତି ଯାଇଥିଲେ ମଧ୍ୟ ଏଯାଏଁ କାମର ନାଁ ଗନ୍ଧ ନାହିଁ। ଆଉ ଏପଟେ ବିପଦସଙ୍କୁଳ ଅବସ୍ଥାରେ ପ୍ରଥମ ବ୍ରିଜ୍‌ରେ ଲୋକେ ଯିବାଆସିବା କରୁଛନ୍ତି। ଫଳରେ ଟ୍ରାଫିକ୍ ସମସ୍ୟାକୁ ନେଇ ତେଜିଛି ଜନ ଅସନ୍ତୋଷ। ଦ୍ୱିତୀୟ ସେତୁ  ନିର୍ମାଣ କାମ ତୁରନ୍ତ ଆରମ୍ଭ କରିବା ଦାବିରେ ରାସ୍ତାକୁ ଓହ୍ଲାଇଛି ରାଉରକେଲା ଜାଗରଣ ମଞ୍ଚ।

ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କାରିଙ୍କ ପ୍ରତିଶ୍ରୁତି ସତ୍ତ୍ୱେ କାମ ଆରମ୍ଭ ନହେବା ରାଉରକେଲାବାସୀଙ୍କ ସହ ମଜାକ୍ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ଦିଲୀପ ରାୟ। ୧୫ ଦିନ କହି ୫ ମାସ ପରେ ବି କାହିଁକି କାମ ଆରମ୍ଭ ହୋଇନାହିଁ। ଏନେଇ ଗଡକରିଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ଦିଲୀପ। ଅନ୍ୟପକ୍ଷରେ ବିଜେପି ସରକାର ଯାହା କହେ, ତାହା କରେ ନାହିଁ, ଆଗରୁ ଲୋକ ବୁଝିଥିଲେ, ଏବେ ବିଧାୟକ ନିଜେ ବୁଝିଗଲେଣି ବୋଲି କଟାକ୍ଷ କରିଛନ୍ତି ରଘୁନାଥପାଲିର ବିଜେଡି ବିଧାୟକ ସୁବ୍ରତ ତରାଇ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story