୫ ଟଙ୍କିଆ ଭାତ-ଡାଲମା ଖାଇଲେ ପାଣ୍ଡିଆନ୍‌

ବୌଦ୍ଧ(ଓଡ଼ିଶା ରିପୋର୍ଟର):ଆପଣ ଠିକ୍‌ ଶୁଣିଛନ୍ତି । ୫ ଟଙ୍କା ଦେଇ ଭାତ-ଡାଲମା ଖାଇଛନ୍ତି ତୃତୀୟ ମହଲାର ସବୁଠାରୁ ପାୱାରଫୁଲ ସଚିବ କୁହାଯାଉଥିବା ଭିକେ କାର୍ତ୍ତିକେୟନ ପାଣ୍ଡିଆନ୍‌। ଏମିତି ଏକ ଦୃଶ୍ୟ ଆଜି ବୌଦ୍ଧ ମେଡିକାଲ ପରିସରରେ ଦେଖିବାକୁ ମିଳିଥିଲା। କେବଳ ସେ ଏକା ନୁହନ୍ତି ତାଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରୀପାଠି, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନର ପ୍ରକଳ୍ପ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ୫ ଟଙ୍କା ଦେଇ ଆହାର ଖାଇଛନ୍ତି। ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଏବଂ ତ୍ୱରିତ […]

432

432

Tapas Behera
  • Published: Friday, 11 October 2019
  • Updated: 11 October 2019, 04:58 PM IST

Sports

Latest News

ବୌଦ୍ଧ(ଓଡ଼ିଶା ରିପୋର୍ଟର):ଆପଣ ଠିକ୍‌ ଶୁଣିଛନ୍ତି । ୫ ଟଙ୍କା ଦେଇ ଭାତ-ଡାଲମା ଖାଇଛନ୍ତି ତୃତୀୟ ମହଲାର ସବୁଠାରୁ ପାୱାରଫୁଲ ସଚିବ କୁହାଯାଉଥିବା ଭିକେ କାର୍ତ୍ତିକେୟନ ପାଣ୍ଡିଆନ୍‌। ଏମିତି ଏକ ଦୃଶ୍ୟ ଆଜି ବୌଦ୍ଧ ମେଡିକାଲ ପରିସରରେ ଦେଖିବାକୁ ମିଳିଥିଲା।

କେବଳ ସେ ଏକା ନୁହନ୍ତି ତାଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରୀପାଠି, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନର ପ୍ରକଳ୍ପ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ୫ ଟଙ୍କା ଦେଇ ଆହାର ଖାଇଛନ୍ତି। ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଏବଂ ତ୍ୱରିତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିବା ୫-ଟି ଯୋଜନାର ନିଜେ ତଦାରଖ କରୁଛନ୍ତି ୫-ଟି ସଚିବ ଭିକେ କାର୍ତ୍ତିକେୟନ ପାଣ୍ଡିଆନ୍‌।

ମୋ' ସରକାର ଯୋଜନାରେ ଏହି ୫-ଟିକୁ ଅଧିକ ଗୁରୁତ୍ୱ ଦେଇ ଏବେ ବିଭିନ୍ନ ଜିଲ୍ଲାଗସ୍ତ କରୁଛନ୍ତି ପାଣ୍ଡିଆନ୍‌ ଏବଂ ତାଙ୍କ ଟିମ୍‌। ତେବେ ଆଜି ସେ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ଏଠିକାର ଜିଲ୍ଲା ସରକାରୀ ମେଡିକାଲର ସମସ୍ୟା ସହ ଅବଗତ ହେବା ସହ ଲୋକଙ୍କ ସୁବିଧା ଅସୁବିଧା ବୁଝିଥିଲେ। ଏହି ଅବସରରେ ସେ ଆଜି ଆହାର କେନ୍ଦ୍ରରେ ୫ ଟଙ୍କା ଦେଇ ଭାତ-ଡାଲମା ଖାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos