ବ୍ୟାଙ୍କ କର୍ମଚାରୀଙ୍କୁ ଗୁଳି କଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଆଜି ଗୁଳି ମାଡ଼ ହୋଇଛି। ବ୍ୟାଙ୍କର ଜଣେ ମହିଳା କର୍ମଚାରୀଙ୍କୁ ସିକ୍ୟୁରିଟିଗାର୍ଡ ଗୁଳି କରଛନ୍ତି। ଗୁରୁତର ବ୍ୟାଙ୍କ କର୍ମଚାରୀଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁଳି କରିଥିବା ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ।  ଭୁଲରେ କି ଆକ୍ରୋଶରେ ଗୁଳି ମାଡ଼ ହୋଇଛି, ସେନେଇ ସ୍ପଷ୍ଟ ହୋଇନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।