ଦୀପାବଳି ପୂର୍ବରୁ ବାଣ ଗୋଦାମରେ ଚଢ଼ାଉ, ୧୦ଲକ୍ଷ ଟଙ୍କାର ବାଣ ଜବତ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆଗକୁ ଦୀପାବଳି ଆସୁଥିବା ବେଳେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୁଲିସ। ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଅଞ୍ଚଳରେ। ଅଭିଯୁକ୍ତମାନେ ହେଲେ ପୋଡାମାରି ଗାଁର ପି.ପ୍ରଶାନ୍ତ କୁମାର ସୁବୁଦ୍ଧି, ଏ.ସିମାଞ୍ଚଳ ପାତ୍ର, ସନ୍ତୋଷ କୁମାର ପାଢ଼ୀ, ଡେଙ୍ଗାଓସ୍ତା ଗାଁର ୟୁ.ଭଗବାନ ପାତ୍ର। ଡେଙ୍ଗାଓସ୍ତା ଓ ପୋଡାମାରି ଗାଁରେ ବେଆଇନ ବାଣ ଗୋଦାମ ଚାଲିଥିବା […]

crackers

crackers

Tapaswini Nayak
  • Published: Thursday, 20 October 2022
  • Updated: 20 October 2022, 10:46 AM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆଗକୁ ଦୀପାବଳି ଆସୁଥିବା ବେଳେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୁଲିସ। ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଅଞ୍ଚଳରେ। ଅଭିଯୁକ୍ତମାନେ ହେଲେ ପୋଡାମାରି ଗାଁର ପି.ପ୍ରଶାନ୍ତ କୁମାର ସୁବୁଦ୍ଧି, .ସିମାଞ୍ଚଳ ପାତ୍ର, ସନ୍ତୋଷ କୁମାର ପାଢ଼ୀ, ଡେଙ୍ଗାଓସ୍ତା ଗାଁର ୟୁ.ଭଗବାନ ପାତ୍ର।

ଡେଙ୍ଗାଓସ୍ତା ପୋଡାମାରି ଗାଁରେ ବେଆଇନ ବାଣ ଗୋଦାମ ଚାଲିଥିବା ପାଟପୁର ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ପାଟପୁର ପୁଲିସ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଥିଲା। ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କା ହେବ।

ଖବର ମିଳିଲେ ବେଆଇନ ବାଣ ଗୋଦାମ ଉପରେ ଆଗାମୀ ଦିନରେ ଚଢ଼ାଉ ଜୋରଦାର କରାଯିବ ବୋଲି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି। ଚଢ଼ାଉ ସମୟରେ ସାନଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା ମଧ୍ୟ ସାମିଲ ଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos