ସୁନା ବିସ୍କୁଟରେ ରହିଛି ବିଦେଶ ଲିଙ୍କ୍

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସୁନା ସ୍ମଗଲିଂରେ ବିଦେଶ ଲିଙ୍କ୍ ରହିଛି । ୟୁଏଇ, ଦୁବାଇ, ଚୀନ, ବାଂଲାଦେଶ ଓ ମ୍ୟାଁମାର୍‌କୁ ଲମ୍ବିଛି ସୁନା ସ୍ମଗଲିଂର ଚେର। ଗତକାଲି ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ୧୩ କେଜି ଓଜନର ସୁନା ବିସ୍କୁଟ ଜବତ ଘଟଣାର ଖୋଳତାଡ଼ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାରେ ଅଟକ ଥିବା ଦୁଇ ଜଣଙ୍କୁ ଜେରା କରିବା ପରେ ବିଦେଶରୁ ମୁମ୍ବାଇକୁ କିଭଳି ସୁନା ସ୍ମଗଲିଂ ହେଉଛି  ତାହାର ଖୁଲାସା କରିଛି ରାଜସ୍ୱ ଗୋଇନ୍ଦା […]

gold000

gold000

Tapaswini Nayak
  • Published: Friday, 11 October 2019
  • Updated: 11 October 2019, 02:44 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସୁନା ସ୍ମଗଲିଂରେ ବିଦେଶ ଲିଙ୍କ୍ ରହିଛି । ୟୁଏଇ, ଦୁବାଇ, ଚୀନ, ବାଂଲାଦେଶ ଓ ମ୍ୟାଁମାର୍‌କୁ ଲମ୍ବିଛି ସୁନା ସ୍ମଗଲିଂର ଚେର। ଗତକାଲି ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ୧୩ କେଜି ଓଜନର ସୁନା ବିସ୍କୁଟ ଜବତ ଘଟଣାର ଖୋଳତାଡ଼ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାରେ ଅଟକ ଥିବା ଦୁଇ ଜଣଙ୍କୁ ଜେରା କରିବା ପରେ ବିଦେଶରୁ ମୁମ୍ବାଇକୁ କିଭଳି ସୁନା ସ୍ମଗଲିଂ ହେଉଛି  ତାହାର ଖୁଲାସା କରିଛି ରାଜସ୍ୱ ଗୋଇନ୍ଦା ନିର୍ଦ୍ଦେଶାଳୟ। ଏହି ଘଟଣାରେ ଆଜି ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଧନରାଜ ମହାଦେବ ଯାଦବ ଏବଂ ଆର ଏନ୍ ରାହୁଳ।

ରାଜସ୍ୱ ଗୋଇନ୍ଦା ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁସାରେ, ଏହି ସୁନାଗୁଡିକ ବିଭିନ୍ନ ଦେଶରୁ ଜଳପଥ ଓ ବିମାନରେ ବାଂଲାଦେଶ ଦେଇ କୋଲକତାକୁ ଆସୁଛି। ସେଠାରୁ ଟ୍ରେନ୍ ଯୋଗେ ମୁମ୍ବାଇକୁ ଚାଲାଣ ହେଉଛି।

ଗତକାଲି ରାଜସ୍ୱ ଗୋଇନ୍ଦା ନିର୍ଦ୍ଦେଶାଳୟର ଏକ ଟିମ୍ ଚଢଉ କରି  ହାଓ୍ୱଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ୧୧୦ଟି ସୁନା ବିସ୍କୁଟ୍ ଜବତ କରିଥିଲା।ଏହାର ବଜାର ମୂଲ୍ୟ ପ୍ରାୟ ୪ କୋଟି ୯୨ ଲକ୍ଷ ଟଙ୍କା। ଜବତ ହୋଇଥିବା ସୁନା ବିସ୍କୁଟରେ ଅଲ୍ ଇତିହାଦ- ୟୁଏଇ ୧୦ ଲେଖାଯାଇଥିବା ବେଳେ ଆଉ କିଛି ବିସ୍କୁଟରେ ଏଆରଜି ଓ ଏମ୍‌ଟିଏମ୍ ଲେଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos