୪ ଦଫା ଦାବିରେ ସେମିଳିଗୁଡ଼ା ବ୍ଲକ୍ ଅଫିସ୍ ଘେରିଲେ ୧୫ଟି ଗାଁର ଲୋକ

କୋରାପୁଟ: ରେସନ କାର୍ଡ ପ୍ରଦାନ, ପାନୀୟ ଜଳ, ବିଦ୍ୟୁତ୍ ଓ ଗମନାଗମନର ବ୍ୟବସ୍ଥା କରିବା ଦାବିରେ ଗୁରୁବାର କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିଥିଲେ କାଣ୍ଟି ପଞ୍ଚାୟତର ୧୫ଟି ଗାଁର ଲୋକ। ଶତାଧିକ ଲୋକ ଏକ ଶୋଭାଯାତ୍ରାରେ ଆସି ବ୍ଲକ୍ ଅଫିସ୍ ଘେରାଉ କରିଥିଲେ ଏବଂ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିଡିଓଙ୍କ ପ୍ରତିଶ୍ରୁତି ପରେ ସେମାନେ ଆନ୍ଦୋଳନରୁ ଉଠିଥିଲେ। ତେବେ ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ ନ କରାଗଲେ ଜୋରଦାର […]

semiliguda-gherao

semiliguda-gherao

Rakesh Mallick
  • Published: Thursday, 04 February 2016
  • Updated: 04 February 2016, 08:39 AM IST

Sports

Latest News

semiliguda-gheraoକୋରାପୁଟ: ରେସନ କାର୍ଡ ପ୍ରଦାନ, ପାନୀୟ ଜଳ, ବିଦ୍ୟୁତ୍ ଓ ଗମନାଗମନର ବ୍ୟବସ୍ଥା କରିବା ଦାବିରେ ଗୁରୁବାର କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିଥିଲେ କାଣ୍ଟି ପଞ୍ଚାୟତର ୧୫ଟି ଗାଁର ଲୋକ। ଶତାଧିକ ଲୋକ ଏକ ଶୋଭାଯାତ୍ରାରେ ଆସି ବ୍ଲକ୍ ଅଫିସ୍ ଘେରାଉ କରିଥିଲେ ଏବଂ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିଡିଓଙ୍କ ପ୍ରତିଶ୍ରୁତି ପରେ ସେମାନେ ଆନ୍ଦୋଳନରୁ ଉଠିଥିଲେ। ତେବେ ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ ନ କରାଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ହନକ ତାଡିଂଗ ନାମକ ଜଣେ ଗ୍ରାମବାସୀ କହିଛନ୍ତି ଯେ ୨୦୧୩ରେ ପ୍ରଥମେ ୧୩ଟି ଦାବି ଉପସ୍ଥାପନ କରାଯାଇଥିଲା। କିନ୍ତୁ ତାହାକୁ ପୂରଣ କରାଗଲା ନାହିଁ। ପରେ ୧୦ଟି ଦାବି ସଂପର୍କରେ ପ୍ରଶାସନକୁ ଅବଗତ କରାଯାଇଥିଲା। ତଥାପି ପ୍ରଶାସନ କି ସରକାର ଧ୍ୟାନ ଦେଲେ ନାହିଁ। ବିଧାୟକଙ୍କୁ ବି କୁହାଯାଇଥିଲା। ସେ ବି ପ୍ରତିଶ୍ରୁତି ଦେଇ ରହିଗଲେ। ଆଜି ୪ଟି ଦାବି ସଂପର୍କରେ ବିଡିଓଙ୍କୁ ଜଣାଇଛୁ।

ପୂର୍ବତନ ସରପଞ୍ଚ ଇଙ୍ଗୁ ଦିସାରୀ କହିଛନ୍ତି, ପ୍ରଥମେ ୧୩ଟି ଦାବି ପୂରଣ ପାଇଁ କୁହାଯାଇଥିଲା। କିନ୍ତୁ ତାହା ପୂରଣ ହୋଇପାରି ନାହିଁ। ତେଣୁ ଆଜି ସେଥରୁ ୪ଟି ଅତ୍ୟାବଶ୍ୟକ ଦାବି ପୂରଣ କରିବାକୁ ପ୍ରଶାସନକୁ ନିବେଦନ କରିଛୁ। ଏହି ପଂଚାୟତର ସମସ୍ତ ଲୋକଙ୍କୁ ରେସନକାର୍ଡ ପ୍ରଦାନ କରିବା ସହିତ ବିଦ୍ୟୁତ୍, ପାଣି ଓ ଗମନାଗମନର ସୁବିଧା କରିବାକୁ ଦାବି କରିଛୁ। ଏଥର ଦାବି ପୂରଣ ନ ହେଲେ ନିକଟ ଭବିଷ୍ୟତରେ ଏହି ପଂଚାୟତର ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ଓ ଜୋରଦାର ଆନ୍ଦୋଳନ କରାଯିବ। ଯଦି ସେଥିରେ ବି ସରକାର ଶୁଣିବେ ନାହିଁ, ତା’ହେଲେ ଆମକୁ ସଂପୂର୍ଣ୍ଣ ଭାବେ ତାଙ୍କଠାରୁ ଛିନ୍ନ କରି ଦିଅନ୍ତୁ। ଆମକୁ ଭୌଗୋଳିକ ମାନଚିତ୍ରରୁ ବି ବାଦ୍ ଦେଇ ଦିଅନ୍ତୁ। ଆମକୁ ସବୁଥିରୁ ବଂଚିତ କରନ୍ତୁ।

ସେମିଳିଗୁଡ଼ା ବିଡିଓ ଲୁକେସ୍ ପ୍ରଧାନ କହିଛନ୍ତି, କାଣ୍ଟି ପଞ୍ଚାୟତବାସୀଙ୍କ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସମୟ ଲାଗିବ। ସେମାନଙ୍କର ମୁଖ୍ୟ ଦାବି ହେଉଛି ରେସନ କାର୍ଡ। ପଂଚାୟତର ୮୨ ପ୍ରତିଶତ ଲୋକଙ୍କୁ ରେସନ କାର୍ଡ ପ୍ରଦାନ କରାଯାଇଛି। କିନ୍ତୁ ସେମାନେ କାର୍ଡ ନେବାକୁ ମନା କରୁଛନ୍ତି। ସମସ୍ତଙ୍କୁ ରେସନ କାର୍ଡ ଦେବାକୁ ସେମାନେ ଦାବି କରୁଛନ୍ତି। ଗମନାଗମନ ପାଇଁ ରାସ୍ତା ନିର୍ମାଣ ଚାଲିଛି। ରାସ୍ତା ହୋଇଗଲେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବି ହୋଇଯିବ। ତଥାପି ଏବେ ମୋବାଇଲ୍ ଭ୍ୟାନଗୁଡ଼ିକ ଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ପାନୀୟ ଜଳ ଯୋଗାଣ ପାଇଁ ଅଟକଳ ବ୍ୟୟ ଅଧିକ ହେଉଥିବାରୁ କେହି ଟେଣ୍ଡର ନେବାକୁ ମଙ୍ଗୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story