ବିଜେଡିର ପୋଡ଼ା ଟ୍ରାନ୍ସଫର୍ମର ମନ୍ତବ୍ୟର କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ତଥା ବିଜେଡି ନେତା କୁନା ତ୍ରିପାଠୀଙ୍କ ପୋଡ଼ା ଟ୍ରାନ୍ସଫର୍ମର ମନ୍ତବ୍ୟକୁ କଡ଼ା ସମାଲୋଚନା କରିବା ସହ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ ବୋଲି ସେ କହିଛନ୍ତି। ସେ କହିଛନ୍ତି, ବିଜେଡି ନେତାଙ୍କ ସାମାନ୍ୟ ଶାଳୀନତା ଥିଲେ, ଏମିତି କହିନଥାନ୍ତେ। ଅହଙ୍କାରରେ ମଦମସ୍ତ ଶାସକ ଦଳ ଏପରି ମତାମତ ଦେଉଛି। ଲୋକ ଏହାର ଜବାବ ଦେବେ ବୋଲି କହିଛନ୍ତି […]

Dharmendra Pradhan

Dharmendra Pradhan

Manoranjan Sial
  • Published: Friday, 30 October 2020
  • Updated: 30 October 2020, 04:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ତଥା ବିଜେଡି ନେତା କୁନା ତ୍ରିପାଠୀଙ୍କ ପୋଡ଼ା ଟ୍ରାନ୍ସଫର୍ମର ମନ୍ତବ୍ୟକୁ କଡ଼ା ସମାଲୋଚନା କରିବା ସହ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ବିଜେଡି ନେତାଙ୍କ ସାମାନ୍ୟ ଶାଳୀନତା ଥିଲେ, ଏମିତି କହିନଥାନ୍ତେ। ଅହଙ୍କାରରେ ମଦମସ୍ତ ଶାସକ ଦଳ ଏପରି ମତାମତ ଦେଉଛି। ଲୋକ ଏହାର ଜବାବ ଦେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ସୂଚନାରୁ ପ୍ରକାଶ, ବାଲେଶ୍ଵର ସଦର ନିର୍ବାଚନମଣ୍ଡଳର ସାର୍ଥା ପଞ୍ଚାୟତର ପଞ୍ଚମୀ ପଡ଼ିଆରେ ହୋଇଥିବା ନିର୍ବାଚନୀ ସଭାରେ ଯୋଗଦେଇ କୁନା ତ୍ରିପାଠୀ ଦିବଙ୍ଗତ ବିଧାୟକ ମଦନମୋହନ ଦତ୍ତଙ୍କୁ ପୋଡା ଟ୍ରାନ୍ସଫର୍ମର ସହ ତୁଳନା କରିଥିଲେ। ତାଙ୍କ ପୂର୍ବରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ “ଆମ ପାଇଁ ଏକ ସୁଯୋଗ ଆଣି ଦେଇଛି” ବୋଲି କହିଥିଲେ। ଜଣେ ଦିବଙ୍ଗତ ବିଧାୟକଙ୍କ ବିରୋଧରେ ଶାସକ ଦଳର ନେତାମାନେ ବାରମ୍ୱାର ନିର୍ବାଚନୀ ସଭାରେ ଏପରି ମନ୍ତବ୍ୟ ଦେବାକୁ ନେଇ ରାଜନୀତି ସରଗରମ ହୋଇଥିଲା। ରାଜ୍ୟ ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲା। ଏହା ପରେ ମଧ୍ୟ ବିଜେଡିଙ୍କ ଚେତା ପଶୁନି। ମର୍ଯ୍ୟାଦାର ସବୁ ସୀମା ଉଲ୍ଲଙ୍ଘନ କରି ବିଜେଡି ନେତାମାନେ ବାରମ୍ୱର ଜଣେ ଦିବଙ୍ଗତ ବିଧାୟକଙ୍କ ବିରୋଧରେ ଅପମାନ ଜନକ ଟିପ୍ପଣୀ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos