ପାଣ୍ଡିଆନ ଆସିବା ଶୁଣି ଲୁଗାପଟା ଫିଙ୍ଗିଦେଲେ !

ମାଲକାନଗିରି (ଜିତେନ୍ଦ୍ର ବେଉରା)ମାଲକାନଗିରିରେ ଆଜି 5T  ମନ୍ତ୍ରର ନିଜେ ତଦାରଖ କରିଛନ୍ତି 5 T ସଚିବ ଭି.କେ. ପାଣ୍ଡିଆନ। ତାଙ୍କ ସହିତ NHM ସଚିବ ଶାଳିନୀ ପଣ୍ଡିତ ଓ ପ୍ରିନ୍ସପାଲ ଫାଇନାନ୍ସ ସେକ୍ରେଟାରି ଏ.କେ. ମୀନା  ତଥା ୩ ବରିଷ୍ଠ ଅଧିକାରୀ ହେଲିକପ୍ଟରରେ ମାଲକାନଗିରିର ଏମ୍ଭି-୩ ବିଏସ୍ଏଫ୍ କ୍ୟାମ୍ପରେ ପହଞ୍ଚିବା ପରେ ସଦର ମହକୁମା ମେଡିକାଲ ପରିଦର୍ଶନ କରିଛନ୍ତି । ଏହି ସମୟରେ ଜିଲ୍ଲାପାଳ, ଏସ୍‌ପି ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଅଥିଲେ। ରୋଗୀଙ୍କ ସହିତ […]

321g

321g

Tapas Behera
  • Published: Wednesday, 09 October 2019
  • Updated: 09 October 2019, 05:18 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା)ମାଲକାନଗିରିରେ ଆଜି 5T  ମନ୍ତ୍ରର ନିଜେ ତଦାରଖ କରିଛନ୍ତି 5 T ସଚିବ ଭି.କେ. ପାଣ୍ଡିଆନ। ତାଙ୍କ ସହିତ NHM ସଚିବ ଶାଳିନୀ ପଣ୍ଡିତ ଓ ପ୍ରିନ୍ସପାଲ ଫାଇନାନ୍ସ ସେକ୍ରେଟାରି ଏ.କେ. ମୀନା  ତଥା ୩ ବରିଷ୍ଠ ଅଧିକାରୀ ହେଲିକପ୍ଟରରେ ମାଲକାନଗିରିର ଏମ୍ଭି-୩ ବିଏସ୍ଏଫ୍ କ୍ୟାମ୍ପରେ ପହଞ୍ଚିବା ପରେ ସଦର ମହକୁମା ମେଡିକାଲ ପରିଦର୍ଶନ କରିଛନ୍ତି । ଏହି ସମୟରେ ଜିଲ୍ଲାପାଳ, ଏସ୍‌ପି ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଅଥିଲେ। ରୋଗୀଙ୍କ ସହିତ କଥାବାର୍ତ୍ତା ହୋଇ ସେମାନଙ୍କ ସୁବିଧା ଅସୁବିଧା କଥା ବୁଝିଥିବା ବେଳେ ମେଡିକାଲର କର୍ମଚାରୀଙ୍କ ସହିତ ସେଠାକାର ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା କରିଛନ୍ତି ।

ସେପଟେ 5-T ସଚିବ ଏବଂ ଟିମ୍‌ଙ୍କ ଗସ୍ତ ପୂର୍ବରୁ ମାଲକାନଗିରି ମେଡ଼ିକାଲରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ । ପାଣ୍ଡିଆନଙ୍କ ଗସ୍ତକୁ ଦେଖି ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ମେଡିକାଲ୍ ହତାରେ ଶୁଖାଇଥିବା ଲୁଗାପଟା ସବୁକୁ କେହିଜଣେ ଫିଙ୍ଗିଦେଇଥିଲେ ।

ଗସ୍ତ ପୂର୍ବରୁ ପ୍ରସ୍ତୁତ ହୋଇନଥିବା ମେଡ଼ିକାଲର କେହି ଜଣେ କର୍ମଚାରୀ ମେଡ଼ିକାଲ୍ ପରିସରରେ ସ୍ୱଚ୍ଛତା ଦେଖାଇବାକୁ ଯାଇ ତୁରନ୍ତ ଏସବୁକୁ ଫିଙ୍ଗାଫୋପଡ଼ା କରିଥିବା ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ତେବେ ସିଡ଼ିଏମ୍ଓ କହିଛନ୍ତି, ସେଭଳି କିଛି ଘଟଣା ତାଙ୍କ ନଜରକୁ ଆସିନି। ଏଭଳି କରିବା ଅନୁଚିତ୍ ବୋଲି ସିଡିଏମ୍ଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos