ଘରେ ଚାଲିଥିଲା ଦେହ ବ୍ୟବସାୟ: ଧରିଲା ପୋଲିସ୍‌

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ସିଙ୍ଗଲା ଥାନା ଅନ୍ତର୍ଗତ ନାହଞ୍ଜରା ଗାଁରେ ଜଣଙ୍କ ଘରେ ଚାଲିଥିଲା ଦେହ ବ୍ୟବସାୟ। ପୋଲିସ ଗତକାଲି ଚଢ଼ାଉ କରି ଜଣେ ମହିଳା ଓ ପୁରୁଷଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଥିଲା। ଏଥିସହ ଘର ମାଲିକ ମନୋରଞ୍ଜନ ଓ ତାଙ୍କ ସ୍ତ୍ରୀକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ଅନୁଯାୟୀ, ମନୋରଞ୍ଜନ ପ୍ରଧାନ ଜଣେ ଚୋରା ଦେଶୀ ମଦ ବେପାରୀ। ସେ ମଦ ବେପାର ସହିତ ବାହାରୁ ଝିଅ ଆଣି ନିଜ ଘରେ ରଖି ଦେହ ବ୍ୟବସାୟ କରନ୍ତି। ଏଥିପାଇଁ ଗାଁରେ ଅନେକ ଥର ବୈଠକ ହୋଇଥିଲେ ମଧ୍ୟ ଟଙ୍କା ଓ ବାହୁବଳ  ପାଇଁ ସେ କାହାରିକୁ ଖାତିର୍ କରୁନଥିଲେ। ଗତକାଲି ରାତିରେ  ଗାଁ ଲୋକେ ଏକତ୍ରିତ ହୋଇ ମନୋରଞ୍ଜନ ଘରେ ଦେହ ବ୍ୟବସାୟ ଚାଲୁଥିବା ନେଇ ସିଂଲା ପୋଲିସକୁ  ଖବର ଦେଇଥିଲେ। ରାତି ପ୍ରାୟ ୧୨ଟା ବେଳେ  ପୋଲିସ ଗାଁ ଲୋକଙ୍କ ସହିତ ମିଶି  ସେଠାରେ ଚଢ଼ାଉ କରିଥିଲା। ପୋଲିସ ଅସଞ୍ଜତ ଅବସ୍ଥାରେ  ଥିବା ଜଣେ ପୁରୁଷ  ଓ ଜଣେ ମହିଳାଙ୍କୁ ଧରିଥିଲା। ତେବେ ଅନ୍ୟମାନେ ସେଠାରୁ ଚମ୍ପଟ ମାରିଥିଲେ।

ଥାନାଠାରୁ ଅଳ୍ପ ଦୂରରେ ଦେହ ବ୍ୟବସାୟ ଚାଲୁଥିବା ବେଳେ ପୋଲିସ କିପରି ଜାଣି ପାରିନଥିଲା ସେନେଇ ସାଧାରଣରେ ଚର୍ଚ୍ଚା ସୃଷ୍ଟି ହୋଇଛି।