ପୂର୍ବତନ ବିଜେପି ମନ୍ତ୍ରୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର):  ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ମନମୋହନ ସାମଲଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ସୋର ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କୁ ନିର୍ଯାତନା ଏବଂ ତାଙ୍କର ଜଣେ ସମ୍ପର୍କିୟାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ଉଠାଇଛି ଚାନ୍ଦବାଲି ସ୍ୱାଭିମାନ ମଞ୍ଚ ଏବଂ ଯୁବ କଂଗ୍ରେସ। ଆଜି ଏନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ଚାନ୍ଦବାଲିରେ ଏକ ବିରାଟ ଶୋଭାଯାତ୍ରା କରାଯିବା ସହ ପୋଷ୍ଟରରେ ନିଆଁ ଲଗାଯାଇଥିଲା। ସେହିପରି ଏହି ଘଟଣାରେ ମନମୋହନଙ୍କ […]

manamohana

manamohana

Rakesh Mallick
  • Published: Friday, 24 November 2017
  • Updated: 24 November 2017, 09:50 PM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର):  ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ମନମୋହନ ସାମଲଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ସୋର ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କୁ ନିର୍ଯାତନା ଏବଂ ତାଙ୍କର ଜଣେ ସମ୍ପର୍କିୟାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ଉଠାଇଛି ଚାନ୍ଦବାଲି ସ୍ୱାଭିମାନ ମଞ୍ଚ ଏବଂ ଯୁବ କଂଗ୍ରେସ। ଆଜି ଏନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ଚାନ୍ଦବାଲିରେ ଏକ ବିରାଟ ଶୋଭାଯାତ୍ରା କରାଯିବା ସହ ପୋଷ୍ଟରରେ ନିଆଁ ଲଗାଯାଇଥିଲା।

ସେହିପରି ଏହି ଘଟଣାରେ ମନମୋହନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଗିରଫ ଦାବି କରିଛି ଯୁବ କଂଗ୍ରେସ। ଆଜି ସଂଗଠନ ପକ୍ଷରୁ ମଧ୍ୟ ଭୁବନେଶ୍ୱର ବାଣୀବିହାର ଛକରେ ମନମୋହନଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛି।

ଅନ୍ୟପକ୍ଷରେ ଏହି ଅଭିଯୋଗ ସମ୍ପର୍କରେ ମନମୋହନ ସାମଲ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos