ଯୌନ ଶୋଷଣ ଅଭିଯୋଗରେ ଏନ୍‌ଆଇଟି ସୁରକ୍ଷା ଅଧିକାରୀଙ୍କ ବହିଷ୍କାର ଦାବି

ରାଉରକେଲା: ରାଉରକେଲା ଏନ୍‌ଆଇଟି ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କ ବିରୋଧରେ କଲେଜର ଛାତ୍ରଛାତ୍ରୀମାନେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏନ୍‌ଆଇଟି ପରିସରରେ କାମ କରୁଥିବା ମହିଳା ସୁରକ୍ଷା ଅଧିକାରୀଙ୍କୁ ବଳରାମ ନିଜ ଅଫିସକୁ ଡକାଇ ଯୌନ ଶୋଷଣ କରୁଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିବା ସହ ଭିଡିଓ ଫୁଟେଜ୍‌ ଦେଖାଇଛନ୍ତି। ଛାତ୍ରଛାତ୍ରୀମାନେ ଏନ୍‌ଆଇଟି ନିର୍ଦ୍ଦେଶକଙ୍କୁ ଭେଟି ବଳରାମଙ୍କ ବହିଷ୍କାର ଦାବି କରିବା ସହ କଲେଜ ପରିସରରେ ଧାରଣାରେ ବସିଛନ୍ତି। ବଳରାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ପର୍ଯ୍ୟନ୍ତ ଧାରଣା […]

NIT-sexual-harasment

NIT-sexual-harasment

Rakesh Mallick
  • Published: Wednesday, 25 May 2016
  • Updated: 25 May 2016, 02:06 PM IST

Sports

Latest News

ରାଉରକେଲା: ରାଉରକେଲା ଏନ୍‌ଆଇଟି ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କ ବିରୋଧରେ କଲେଜର ଛାତ୍ରଛାତ୍ରୀମାନେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏନ୍‌ଆଇଟି ପରିସରରେ କାମ କରୁଥିବା ମହିଳା ସୁରକ୍ଷା ଅଧିକାରୀଙ୍କୁ ବଳରାମ ନିଜ ଅଫିସକୁ ଡକାଇ ଯୌନ ଶୋଷଣ କରୁଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିବା ସହ ଭିଡିଓ ଫୁଟେଜ୍‌ ଦେଖାଇଛନ୍ତି। ଛାତ୍ରଛାତ୍ରୀମାନେ ଏନ୍‌ଆଇଟି ନିର୍ଦ୍ଦେଶକଙ୍କୁ ଭେଟି ବଳରାମଙ୍କ ବହିଷ୍କାର ଦାବି କରିବା ସହ କଲେଜ ପରିସରରେ ଧାରଣାରେ ବସିଛନ୍ତି। ବଳରାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଏକ କମିଟି ଗଠନ କରାଯାଇ ଅଭିଯୋଗର ତଦନ୍ତ କରାଯିବ ବୋଲି ଏନ୍‌ଆଇଟି ନିର୍ଦ୍ଦେଶକ କହିଛନ୍ତି। ଅନ୍ୟପକ୍ଷରେ ଏପରି ଅଭିଯୋଗକୁ ବଳରାମ ଖଣ୍ଡନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos