ନିଆଳି ପରେ ଧର୍ମଗଡ଼ରେ ଅଜଣା ଜନ୍ତୁ ଆତଙ୍କ: ମେଣ୍ଢାର ମୁଣ୍ଡ ଗଣ୍ଡି ଅଲଗା

ଧର୍ମଗଡ଼: ନିଆଳି ମେଣ୍ଢା ମଡକ ଘଟଣାରୁ ସସପେନ୍ସ ହଟି ନ ଥିବା ବେଳେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପଣ୍ଡିଗାଁ ମହାରଣାପଡ଼ାରେ ଅଜଣା ଜନ୍ତୁ ଆକ୍ରମଣରେ ଗୋଟିଏ ମେଣ୍ଢାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଗାଁର ସୁରେଶ ଶବରଙ୍କ ଗୁହାଳରେ ୧୩ଟି ମେଣ୍ଢା ମଧ୍ୟରୁ ଗୋଟିଏ ନ ଥିବା ବେଳେ ଆଉ ଏକ ମେଣ୍ଢାକୁ କେଉଁ ଅଜଣା ଜନ୍ତୁ ଆକ୍ରମଣ କରିଛି। ମେଣ୍ଢାର ମୁଣ୍ଡଠାରୁ ଦେହ ଅଲଗା ହୋଇଥିବା ଦେଖିବାକୁ ମିଳିଛି।  ମେଣ୍ଢାର କଲିଜା ସେହି ଅଜଣା ଯିବ ଖାଇଥିବା ନେଇ ସନ୍ଦେହ କରାଯାଉଛି।  ଘଟଣାସ୍ଥଳରେ କଲମପୁର ଫରେଷ୍ଟର ଭୁବନେଶ୍ୱର ବେହେରା ପହଞ୍ଚି ତଦନ୍ତ କରିଛନ୍ତି।