ଶିବରାତ୍ରୀ ଉପଲକ୍ଷେ ପୁରୀ ବେଳାଭୂମିରେ ମାନସ ସାହୁଙ୍କ ବାଳୁକାକଳା

ପୁରୀ: ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ପୁରୀ ଲାଇଟ୍‌ହାଉସ୍ ବେଳାଭୂମିରେ ବାଲୁକାଶିଳ୍ପୀ ମାନସ ସାହୁ ବାଲୁକାମୂର୍ତ୍ତି ନିର୍ମାଣ କରିଛନ୍ତି। ମାନସ ଦେବ ଦେବ ମହାଦେବଙ୍କ ବାଲୁକାମୂର୍ତ୍ତି ନିର୍ମାଣ କରି ଜାଗରରେ ସମସ୍ତଙ୍କୁ ଶୁଭକାମନା ଦେଇଛନ୍ତି। ମାନସ ଓ ତାଙ୍କ ଛାତ୍ରଛାତ୍ରୀ ମିଶି ଏହି ବାଲୁକାମୂର୍ତ୍ତି ନିର୍ମାଣ କରିଛନ୍ତି। ମହାଦେବଙ୍କ ମୂର୍ତ୍ତିରେ ଏକ ସାପ ଗୁଡାଇ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବେଳାଭୂମିରେ ଏକ ଆଧ୍ୟାତ୍ମିକ ପରିବେଶ ଆଣିବା ଲାଗି ମାନସ ଏଭଳି କରିଥିବା କହିଛନ୍ତି।